କେନ୍ଦୁଝର ଦୌରା ଜଜ କୋର୍ଟର ବିଚାରପତି,ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଜରିମାନା ଆଦେଶ ଦେଲେ !
କେନ୍ଦୁଝର ଜିଲ୍ଲାରେ ଦୌରା ଜଜ କୋର୍ଟର ବିଚାରପତି ଗୋପାଳ ଚନ୍ଦ୍ର ବେହେରା ଆଜି ପାରିବାରିକ କଳହକୁ ନେଇ ଏକ ହତ୍ୟା ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି । କେନ୍ଦୁଝର ସଦର ଥାନା ତାଳପଦା ଗ୍ରାମର ଅଭିଯୁକ୍ତ ଶତ୍ରୁଘ ନାଏକ କୁ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।
ଜରିମାନା ଅନାଦେୟ ଅଧିକ ଏକବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ମାମଲା ପରିଚାଳନା କରିଥିଲେ ସରକାରୀ ଓକିଲ ପ୍ରଦୀପ କୁମାର ଦାସ ।

