ଜଳସ୍ତର ବଢିବା ଯୋଗୁଁ ଖୋଲାଯିବ ଜଳଭଣ୍ଡାର ଗେଟ୍
ହୀରାକୁଦ ଜଳଭଣ୍ଡାରକୁ ଆସିଲା ଚଳିତ ବର୍ଷର ସର୍ବାଧିକ ଇନଫ୍ଲୋ । ଗୁରୁବାର ରାତି ଟାରୁ ଆଜି ସକାଳ ୯ଟା ମଧ୍ୟରେ ଜଳସ୍ତର ବଢିଲା ସାଢେ ୩ ଫୁଟ୍ । ରାତି ୯ଟାରେ ଜଳସ୍ତର ୬୧୨.୦୪ ଫୁଟ ଥିବାବେଳେ ଆଜି ସକାଳ ୯ଟାରେ ଜଳସ୍ତର ୬୧୫.୫୨ଫୁଟ ରହିଛି । ସେହିପରି ଇନଫ୍ଲୋ ବୃଦ୍ଧି ପାଇ ୪ଲକ୍ଷ ୭୭ ହଜାର କ୍ୟୁସେକରେ ପହଂଚିଛି ।
ଯାହା ଚଳିତ ବର୍ଷର ସର୍ବାଧିକ । ସେଥିପାଇଁ ଇନଫ୍ଲୋ ବଢିବାରୁ ଜଳସ୍ତର ବଢୁଛି । ଫଳରେ ଆଗକୁ ଗେଟ୍ ଖୋଲିବାର ସମ୍ଭାବନା ରହିଛି । ଖୋଲାଯିବ ହୀରାକୁଦ ଜଳଭଣ୍ଡାର ଗେଟ୍ । ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦର ଜଳସ୍ତର । ତେଣୁ ଆଜି ଅପରାହ୍ନରେ ଖୋଲିବ ଗେଟ । ଏବେ ୨ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।
ସୂଚନା ଅନୁଯାୟୀ, ଏବେ ବନ୍ୟାସ୍ଥିତି ନିୟନ୍ତ୍ରଣ ରହିଛି । କୌଣସି ବଡ଼ ଧରଣର କ୍ଷୟକ୍ଷତି ନାହିଁ । ବ୍ରାହ୍ମଣୀ ନଦୀରେ ୨ଟି ଘାଇ ହୋଇଛି । ଯାହାର ପ୍ରଭାବରେ ଯାଜପୁରରେ ଛୋଟ ଧରଣର ବନ୍ୟା ହୋଇଛି। ଏବେ ମୁଣ୍ଡୁଳିରେ ୬ଲକ୍ଷ ୯୭ହଜାର କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି। ଖଇରିମାଳରେ ୩ଲକ୍ଷ ୪୦ହଜାର ବରମୂଳ ୪ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି ।

