ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ସାଚାନ୍ଦିଲିରେ ନାଗାବଳୀ ନଦୀରେ ବୁଡ଼ି ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ

Spread the love

ରାୟଗଡ଼ା ଜିଲ୍ଲା ସାଚାନ୍ଦିଲିରେ ନାଗାବଳୀ ନଦୀରେ ବୁଡ଼ି ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ନାବାଳିକା ହେଉଛନ୍ତି ଅନୁ ଅବଦୁଲ (୧୦) ଓ ହେମାବତୀ ସୁନା (୧୧)।

ସ୍କୁଲ୍‌ରୁ ଫେରିବା ପରେ ସାଚାନ୍ଦିଲି ମହିମା ପଡ଼ା ଅଞ୍ଚଳର ଅନୁ ଓ ହେମାବତୀ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ଉଭୟ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଅନୁଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ନିଖୋଜ ହେମାବତୀଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକରଚ୍ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *