ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ; ୧୪ ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ଏହି ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବୈଠକରେ ଏକାଧିକ ବିଭାଗର ପ୍ରସ୍ତାବରେ କ୍ୟାବିନେଟ୍ ମୋହର ମାରିଛି।
ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। କଟକ ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମିତ ହେବ। ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ଏହା ନିର୍ମିତ ହେବ। ଏହି ସେତୁ ବାବଦରେ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ୩ ବର୍ଷରେ ସେତୁ ନିର୍ମାଣ କାମ ସରିବ। ଏଣେ ଚନ୍ଦ୍ରଶେଖରପୁରରେ ଯାଦବ ଭବନ ନିର୍ମାଣ ଲାଗି ଅଧା ଏକର ଜାଗା ଯୋଗାଇ ଦେବେ ରାଜ୍ୟ ସରକାର।
୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର
-ଅମିନ ଓ ଏଆରଆଇ ଲେବୁଲ-୨ କ୍ୟାଡର ସୃଷ୍ଟି
-ଅମିନ ଲେବୁଲ ୧ରେ ଜଏନର ୩ବର୍ଷ ପରେ ଲେବୁଲ-୨
-ଜଳ ସମ୍ପଦ ବିଭାଗ ପକ୍ଷରୁ ୨ ପ୍ରସ୍ତାବ ଅନୁମୋଦିତ
-ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା କାର୍ଯ୍ୟକ୍ରମ
-୫ ବର୍ଷ ପାଇଁ ୭୬୩.୪୭ କୋଟି ଯାଏ ଅନୁମୋଦିତ
-ଘରୋଇ, କନିଷ୍ଠ କଲେଜ ଓ ହାଇସ୍କୁଲ ଅନୁଦାନ ନିୟମ ସଂଶୋଧିତ
-ଉପକୃତ ହେବେ ୯୧ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ
-ଅତିରିକ୍ତ ୫.୧୫ କୋଟି ଖର୍ଚ୍ଚ ବହନ କରିବେ ସରକାର
-CPDO-ERକୁ ବାରଙ୍ଗ ତହସିଲ ଅଞ୍ଚଳରେ ମାଗଣା ଜମି
-ବିନା ପ୍ରିମିୟମରେ ୩୯.୩୭ ଏକର ଜମି ପ୍ରଦାନ
-ସୂଚନା ଓ ପ୍ରସାରଣ ବିଭାଗର ପ୍ରସ୍ତାବ ଅନୁମୋଦିତ
-ବିଭାଗର ନିଯୁକ୍ତି ଓ ସର୍ଭିସ ରୁଲ୍ ତିଆରିକୁ ଅନୁମୋଦନ
-ରାଜସ୍ବ ଓ ପରିଚାଳନା ବିଭାଗର ୬ଟି ପ୍ରସ୍ତାବରେ ମୋହର
-ଲାଇସେନ୍ସ ପ୍ରାପ୍ତ ଷ୍ଟାମ୍ପ ଭେଣ୍ଡରଙ୍କ କମିଶନ ବୃଦ୍ଧି
-ଆଦାୟ ଷ୍ଟାମ୍ପ ଦେୟ ଉପରେ ୦.୮୫% କମିଶନ ପ୍ରଦାନ

