ଦେଶ ବିଦେଶ

ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର

Spread the love

ଝାରସୁଗୁଡ଼ା: ଆଜି ସକାଳୁ ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର ଜଣେ ଠିକାଦାରଙ୍କଠାରୁ ବିଲ୍ ପାସ୍ କରିବା ପାଇ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଶ୍ରୀ ପାତ୍ରଙ୍କୁ ଅଟକ ରଖିଥିବା ବେଳେ ତାଙ୍କ ନିକଟରୁ ରଙ୍ଗ ବୋଳା ଟଙ୍କା ଜବତ କରିଛି। ଏହି ଘଟଣା ପରେ ଶ୍ରୀ ପାତ୍ରଙ୍କ କାର୍ଯ୍ୟାଳୟ ସମେତ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ଆରମ୍ଭ କରିଛି।

ସୂଚନା ଅନୁସାରେ ଜଣେ ଠିକାଦାର କରିଥିବା ଜଳ ଯୋଗାଣ ବାବଦ ବିଲ୍ ଶ୍ରୀ ପାତ୍ର ପାସ୍ କରୁନଥିଲେ। ତେବେ ବିଲ୍ ପାସ କରିବାକୁ ସେ ୫୦, ୦୦୦ ଟଙ୍କା ଲାଞ୍ଚ ମାଗିବା ପରେ ଠିକାଦାର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଏହି ପୂର୍ବ ଯୋଜନା ଅନୁସାରେ ଠିକାଦାର ଜଣଙ୍କ ରଙ୍ଗ ବୋଳା ଟଙ୍କା ଧରାଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀ ତାଙ୍କୁ ମାଡ଼ି ବସିଥିଲେ।

 

 

Leave a Reply

Your email address will not be published. Required fields are marked *