ରାଜ୍ୟ

ସାରା ରାଜ୍ୟରେ ୧୦ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

Spread the love

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏହାରି ଭିତରେ ପାଣିପାଗ ବିଭାଗ ପକ୍ଷରୁ ଆଶ୍ୱସ୍ତିକର ଖବର ଆସିଛି। ଆସନ୍ତା ୧୦ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ୨-୩ଦିନ ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁପାରେ ମୌସୁମୀ। ପରେ ଏହା ରାଜ୍ୟର ଅନ୍ୟ ଅଞ୍ଚଳକୁ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପଗ କେନ୍ଦ୍ର। ସୂଚନା ଅନୁସାରେ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି। ସାଧାରଣତଃ ଜୁନ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ। ଚଳିତ ଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଣ୍ଡାମାନ ଏବଂ କେରଳ ଛୁଇଁବା ପରେ ଓଡ଼ିଶାରେ ୧୦ ତାରିଖରେ ଛୁଇଁବା ଆକଳନ କରାଯାଇଛି।ସେପଟେ ଆଗାମି ୪ଦିନ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌‌ ବଢିପାରେ। ବରଗଡ, ବଲାଙ୍ଗୀର, ନୂଆପଡାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହ ୫ଦିନ ପର୍ଯ୍ୟନ୍ତ ଉପକୂଳରେ ଗୁଳୁଗୁଳି ଲାଗି ରହିବ ବୋଲି ଆକଳନ କରାଯାଇଛି ଆଜି ପାଇଁ ରାୟଗଡା, ନବରଙ୍ଗପୁର ଓ କୋରାପୁଟ ଜିଲାରେ କାଳବୈଶାଖୀ ହେବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *