Politics

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବିଶିଷ୍ଟ ସମାଜସେବୀ ଡ଼ ବିପିନ ବିହାରୀ ମିଶ୍ର

Spread the love

ଭୁବନେଶ୍ୱର: ରାଜ୍ୟର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଦେଶର ଜଣାଶୁଣା ସମାଜସେବୀ ଡ଼ ବିପିନ ବିହାରୀ ମିଶ୍ର | ବମ୍ବେ ଓଡ଼ିଆ ସମାଜର ସଭାପତି ଡ଼ ମିଶ୍ର ରାଜ୍ୟ ଅତିଥି ଭାବନ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଛ ପ୍ରଦାନ ସହ ନୂଆ ସରକାର ଗଠନର ଅଭିନନ୍ଦନ ଜଣାଇ ସଫଳତା କାମନା କରିଥିଲେ | ତା ସହ ବମ୍ବେ ତଥା ବାହାର ରାଜ୍ୟ ମାନଙ୍କରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀ ମାନଙ୍କ ସମସ୍ୟା ବିଷୟରେ ଅବଗତ କରିଥିଲେ | ଏହି ଅବସରରେ ଡ଼ ବିପିନ ବିହାରୀ ମିଶ୍ର କହିଥିଲେ କି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ସହ ଦୀର୍ଘ ଦିନରୁ ଜଡିତ | ଆମର ବହୁ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତ ଆମକୁ ସବୁ ବେଳେ ପ୍ରେରଣା ଦେଇ ଆସିଛି | ତାଙ୍କର ବହୁମୂଲ୍ୟ ତଥା ଦୁରଦୃଷ୍ଟି ସମ୍ପନ୍ନ ପରାମର୍ଶ ଆମକୁ ସେବା କାମ କରିବାରେ ବହୁମାତ୍ରାରେ ଉତ୍ସାହିତ କରିଆସିଛି | ଆଜି ଆମେ ବହୁତ ଖୁସି ଯେ, ରାଜ୍ୟରେ ଏଭଳି ଜଣେ ମେଳାପୀ, ଜନପ୍ରିୟ ତଥା ଉଦାର ହୃଦୟର ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି | ଆମେ ଆଶା କରୁଛୁ ତାଙ୍କ ନେତୃତ୍ୱରେ ଓଡିଶା ବିକାଶର ଚରମ ସୋପାନରେ ପହଂଚିପାରିବ |

Leave a Reply

Your email address will not be published. Required fields are marked *