ବୋର୍ଡ ଅଫିସ ଆଗରେ ଗ୍ରେସ୍ ମାର୍କ ଦାବିରେ OTET ପରୀକ୍ଷାର୍ଥୀଙ୍କ ଧାରଣା |

ଗ୍ରେସ ମାର୍କ ପାଇଁ ଆନ୍ଦୋଳନ ତୀବ୍ରତାର |
କଟକ ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ OTET ପରୀକ୍ଷାର୍ଥୀ। ଚଳିତ ବର୍ଷ OTET ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ବିକ୍ଷୋଭ ଓ ନାରାବାଜି କରିଛନ୍ତି।ଧାରଣାରେ OTET ପରୀକ୍ଷାର୍ଥୀ। ଗ୍ରେସ୍ ମାର୍କ ଦାବି କରି OTET ପରୀକ୍ଷାର୍ଥୀ ପ୍ରତିବାଦ କରିଛନ୍ତି । ଗ୍ରେସ୍ ମାର୍କ ଦାବି କରି ବିଭିନ୍ନ ଜିଲ୍ଲାରୁ ଆସିଥିବା ପରୀକ୍ଷାର୍ଥୀମାନେ ବୋର୍ଡ ଅଫିସ ନିକଟରେ ପହଞ୍ଚିଁ ପ୍ରତିବାଦ ଜଣାଇଛନ୍ତି |
ବର୍ଷା, ଘଡଘଡି ଯୋଗୁଁ ଚଳିତ ବର୍ଷ ଅଗଷ୍ଟ ୧୭ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷା ସମୟରେ ଲାଇନ୍ କଟି ଯାଇଥିଲା। ତେଣୁ ପରୀକ୍ଷା ହଲରେ ଅନ୍ଧାର ଯୋଗୁଁ ପରୀକ୍ଷା ଦେବାରେ ସମସ୍ୟା ହୋଇଥିଲା । ଏନେଇ କର୍ତ୍ତୃପକ୍ଷ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରିନଥିଲେ । ଏହାପରେ ମଧ୍ୟ ପରୀକ୍ଷା ଦେବାକୁ ଅଧିକ ସମୟ ଦିଆଯାଇନଥିବା ପରୀକ୍ଷାର୍ଥିମାନେ ଅଭିଯୋଗ କରିଥିଲେ ।
ତେଣୁ ଗ୍ରେସ୍ ମାର୍କ ଦେବାକୁ ଦାବି କରିଛନ୍ତି ଓଟିଇଟି ପରୀକ୍ଷାର୍ଥୀ।ଏହାସହ NCTE ଗାଇଡଲାଇନ୍ ଅନୁସାରେ ବର୍ଷକୁ ୨ ଥର ଓଟିଇଟି ପରୀକ୍ଷା ହେବା କଥା କିନ୍ତୁ ବର୍ତ୍ତମାନ ୨ ବର୍ଷରେ ଥରେ ପରୀକ୍ଷା ହେଉଛି ବୋଲି କହିଛନ୍ତି OTET ଆଶାୟୀ। ଅନ୍ୟପଟେ ଏ ବାବଦରେ ବୋର୍ଡ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
