ପାଣିପାଗ

ଉପରମୁଣ୍ଡରେ ପ୍ରବଳ ବର୍ଷା, ବଢ଼ୁଛି ନଦୀକୂଳ ଲୋକଙ୍କ ଚିନ୍ତା

Spread the love

ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଫୁଲିବାରେ ଲାଗିଛି ବୈତରଣୀ। ବୈତରଣୀ ନଦୀର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ଗତକାଲି ବିଳମ୍ବିତ ରାତିରେ ସତର୍କ ସଙ୍କେତ ୧୭.୮୩ ମିଟର ଅତିକ୍ରମ କରି ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ଏବେ ଆହୁରୀ ଜଳ ସ୍ଥଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ବର୍ଷା ବର୍ତ୍ତମାନ ଛାଡିଥିବାରୁ କିଛିଟା ଆଶ୍ବସ୍ଥି ଖବର ଆସିଛି। ଗତକାଲି ଭଳି ଯଦି ବର୍ଷା ହୁଏ ତାହେଲେ ବୈତରଣୀରେ ବନ୍ୟା ଆଶଙ୍କା ଦେଖାଦେଇଛି।ଏପଟେ ଫୁଲୁଛି ନଦୀ, ପଶୁଛି ପାଣି । ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍। ଫଳରେ ବାଲିଆପାଳ-ଜାମକୁଣ୍ଡା ଯାତାୟାତ ବାଧାପ୍ରାପ୍ତ ହୋଇଛି।

ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେପଟେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଜଳେଶ୍ବର ବ୍ଲକ ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଏହାର ପାଖାପାଖି ପାଣି ପ୍ରବାହିତ ହୋଇଛି। ଏଭଳି ଯଦି ପାଣି ବୃଦ୍ଧି ପାଏ ତାହେଲେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିପାରେ। ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଅନେକ ପଞ୍ଚାୟତ ଜଳମଗ୍ନ ହେବା ସହ ଚାଷ ଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି।

ଲଗାଣ ବର୍ଷା ଯୋଗୁ ବାଲିଆପାଳ ବ୍ଲକର ଏକାଧିକ ଅଞ୍ଚଳରେ ପାଣି ପଶିଛି। ସେହିପରି ବସ୍ତା ମଥାନୀ ଠାରେ ବିପଦ ସଙ୍କେତ ଉପରେ ଜଳକା ପ୍ରବାହିତ ହେଉଛି।

 

Leave a Reply

Your email address will not be published. Required fields are marked *