ଜାତୀୟ

ଲେବାନନ୍‌ର ପେଜର ବ୍ଲାଷ୍ଟ ନେଇ ପ୍ରତିକ୍ରିୟା ଦେଲେ ଭାରତୀୟ ସେନା ମୁଖ୍ୟ

Spread the love

ଲେବାନନ୍‌ରେ  ପେଜର ବ୍ଲାଷ୍ଟରେ ଏବେ ଭାରତୀୟ ସେନା ମୁଖ୍ୟଙ୍କ ପ୍ରତିକ୍ରିୟା ମିଳିଛି। ସେ ପେଜର ସପ୍ଲାଇ କରିବାର ପ୍ରଣାଳିକୁ ଇସ୍ରାଏଲର ମାଷ୍ଟରଷ୍ଟେ୍ରାକ୍ ବୋଲି କହିଛନ୍ତି। ଇସ୍ରାଏଲ ଓ ଲେବାନନ୍‌ର ହିଜବୁଲ୍ଲା ମଧ୍ୟରେ ସଂଘର୍ଷ ଜାରି ରହିଛି। ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଲେବାନନ୍‌ରେ ଦୁଇ ଦିନରେ ଲଗାତାର ପେଜର ଓ ଓ୍ବାକି ଟକି ବ୍ଲାଷ୍ଟ ଘଟଣା ଘଟିଥିଲା। ଏଥିରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।

ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କୁ ଯେତେବେଳେ ଇସ୍ରାଏଲର ପେଜର ବମ୍ ତିଆରି କରିବା ନେଇ ପ୍ରଶ୍ନ ପଚରା ଯାଇଥିଲା ସେ କହିଥିଲେ, ଯେଉଁ ପେଜର କଥା କହୁଛନ୍ତି, ତାହା ଏକ ତାଇଓ୍ବାନ କମ୍ପାନୀ, ତାକୁ ହଙ୍ଗେରୀର କମ୍ପାନୀକୁ ସପ୍ଲାଇ କରାଯାଉଛି। ଏହାପରେ ହଙ୍ଗେରୀର କମ୍ପାନୀ ତାଙ୍କୁ ଦେଉଛି। ପ୍ରସ୍ତୁତ କରାଯାଇଥିବା ସେଲ୍ କମ୍ପାନୀ ଇସ୍ରାଏଲ ପକ୍ଷରୁ ଏକ ମାଷ୍ଟ୍ରରଷ୍ଟେ୍ରାକ୍ ଭଳି ଥିଲା।

ଏଥିପାଇଁ ବହୁ ବର୍ଷ ପୂର୍ବରୁ ପ୍ରସ୍ତୁତି କରିବାକୁ ପଡେ। ଏଥିରୁ ଲାଗୁଛି ସେମାନେ ଏଥିପାଇଁ ପ୍ରସ୍ତୁତ ଥିଲେ। ଯୁଦ୍ଧ ସେତେବେଳେ ଆରମ୍ଭ ହୁଏନି, ଯେତେବେଳେ ଆପଣ ଲଢିବା ଆରମ୍ଭ କରନ୍ତି। ଯୁଦ୍ଧ ସେତେବେଳେ ଆରମ୍ଭ ହୁଏ, ଯେତେବେଳେ ଆପଣ ପ୍ଲାନିଂ କରିବା ଆରମ୍ଭ କରନ୍ତି। ଏହା ସବୁଠାରୁ ଅଧିକ ଜରୁରୀ।’

Leave a Reply

Your email address will not be published. Required fields are marked *