ଜାତୀୟ

ବଦଳିଲା ବନ୍ଦେ ଭାରତ ମେଟ୍ରୋର ନା

Spread the love

ବଦଳିଲା ବନ୍ଦେ ବାରତ ମେଟ୍ରୋର ନା । ଏଣିକି ନମୋ ଭରତ ରାପିଡ୍ ରେଳ ନାମରେ ନାମିତ ହେବ ଟ୍ରେନ୍ । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଲୋକଙ୍କୁ ଦେଶର ପ୍ରଥମ ନମୋ ଭାରତ ରାପିଡ ରେଳ ଉପହାର ଦେବାକୁ ଯାଉଛନ୍ତି ।

ରେଲଓ୍ୱେ ଦ୍ୱାରା ବନ୍ଦେ ମେଟ୍ରୋର ନାମ ପରିବର୍ତ୍ତନ କରାଯାଇଛି । ଆଜି ପିଏମ ମୋଦୀଙ୍କ ଦ୍ୱାରା ବନ୍ଦେ ମେଟ୍ରୋ ଉଦ୍‌ଘାଟନ ପୂର୍ବରୁ ନାମକରଣ ସମାରୋହ କରାଯାଇଛି । ଏହା ପରେ ବନ୍ଦେ ମେଟ୍ରୋ ବର୍ତ୍ତମାନ ନମୋ ଭରତ ରାପିଡ୍ ରେଳ ନାମରେ ପରିଚିତ ହେବ । ଭାରତରେ ପ୍ରତିଦିନ କୋଟି କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି । ଏହି ସମୟରେ ଗୁଜୁରାଟ ଆଜି ନମୋ ଭାରତ ରାପିଡ ରେଳର ଉପହାର ପାଇଛି । ଏହି ଟ୍ରେନ୍ ଗୁଜୁରାଟର ଭୁଜରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲିବ । ନମୋ ଭାରତ ରାପିଡ୍ ମେଟ୍ରୋ ପାଇଁ ସର୍ବନିମ୍ନ ଭଡା ୩୦ ଟଙ୍କା । ଜିଏସ୍ଟି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିବ । ଏହା ସହିତ ନାମୋ ଭରତ ରାପିଡ୍ ମେଟ୍ରୋରେ ସିଜିନ ଟିକେଟ୍ ମଧ୍ୟ ଉପଲବ୍ଧ ହେବ । ନାମୋ ଭାରତ ରାପିଡ୍ ରେଳ ସାପ୍ତାହିକ MST ଭଡା ୭ଟଙ୍କା, ୧୫ ଦିନିଆ ଋତୁ ଟିକେଟ୍ ଭଡା ୧୫ ଟଙ୍କା ଏବଂ ମାସିକ ଟ୍ରେନ୍ ପାସ୍ ଭଡା ୨୦ ଟଙ୍କା ।

ପିଏମ ମୋଦୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ନମୋ ରାପିଡ୍ ମେଟ୍ରୋ ରେଳ କୋଲହାପୁର-ପୁଣେ, ପୁଣେ-ହବଲି, ନାଗପୁର-ସିନ୍ଦରାବାଦ, ଆଗ୍ରା କ୍ୟାଣ୍ଟ-ବନାରସ ଏବଂ ଦୁର୍ଗ-ବିଶାଖାପାଟନମ୍ ସମେତ ଅନ୍ୟାନ୍ୟ ମାର୍ଗରେ ଚାଲିବ । PMO ର ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ୨୦ଟି କୋଚ୍ ସହିତ ପ୍ରଥମ ନାମୋ ରାପିଡ୍ ମେଟ୍ରୋ ରେଳ ବାରାଣାସୀ ଏବଂ ଦିଲ୍ଲୀ ମଧ୍ୟରେ ଚାଲିବ ।

Leave a Reply

Your email address will not be published. Required fields are marked *