ଜନତା ମଇଦାନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ
ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପ୍ଟେମ୍ବର ୧୭ରେ ମଙ୍ଗଳବାର ଦିନ ଭୁବନେଶ୍ୱର ବିମାନବନ୍ଦରରେ ଆସି ୧୦ଟା ୫୦ରେ ଆସି ପହଞ୍ଚିବେ । ୧୧ଟା ୫୫ରେ ଜୟଦେବ ବିହାରର ଜନତା ମଇଦାନରେ ପହଞ୍ଚିବେ । ଜନତା ମଇଦାନରେ ଦିନ ୧ଟା ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ । ସେଠାରେ ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିବା ସହ ଲୋକର୍ପଣ କରିବେ ।ଜନତା ମଇଦାନ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଦିଲ୍ଲୀ ଫେରିଯିବେ ।ଜନତା ମଇଦାନରେ ସୁଭଦ୍ରା ଯୋଜନାରେ ହିତାଧିକାରୀରୁ ପ୍ରଥମ କିସ୍ତି ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ।
ମୋଦୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ ପୁଲିସ। ଲୋକଙ୍କ ଯିବା ଆସିବା ଓ ଗାଡି ପାର୍କିଂ ପାଇଁ କଟକଣା ଜାରି କରାଯାଇଛି। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ଲାଗୁ ହେବ।

