ଅର୍ଥନୀତି

କରଣଙ୍କ କମ୍ପାନିର ୫୦% ଅଂଶ କିଣିଲେ ଅଦାର

Spread the love

କରୋନା ମହାମାରୀ ସମୟରେ ଟିକା ଉତ୍ପାଦନ କରି ଚର୍ଚ୍ଚିତ ହୋଇଥିବା ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ଅଦାର ପୁନାୱାଲା ବଲିଉଡ୍‌ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍‌ସ ଓ ଧର୍ମାଟିକ୍ ଏଣ୍ଟରଟେନ୍‌ମେଣ୍ଟ୍‌ର ୫୦ ପ୍ରତିଶତ ଅଂଶଧନକୁ ୧୦୦୦ କୋଟି ଟଙ୍କାରେ କିଣିଛନ୍ତି।

ନିଜ କମ୍ପାନି ସିରିନ ଏଣ୍ଟରଟେନ୍‌ମେଣ୍ଟ୍‌ ଜରିଆରେ ଅଦାର ଏହି ନିବେଶ କରିଛନ୍ତି। ଏହି ଡିଲ୍ ପରେ ଧର୍ମାରେ କରଣ ଜୋହରଙ୍କ ଅଂଶଧନ ୫୦ ପ୍ରତିଶତକୁ ହ୍ରାସ ପାଇଛି। ଏହା ସତ୍ତ୍ବେ ସେ କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୋଇ ରହିବେ। କରଣ ଜୋହରଙ୍କ ସହ ହାତ ମିଳାଇଥିବାରୁ ଅଦାର ଖୁସି ପ୍ରକଟ କରିଛନ୍ତି।

ଆଗାମୀ ଦିନରେ ଧର୍ମାକୁ ଆହୁରି ଉପରକୁ ନେବାକୁ ସେ ଆଶା ରଖିଛନ୍ତି। କରଣ କହିଛନ୍ତି ଯେ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରୁଥିବା ସିନେମା ତିଆରି କରିବାକୁ ମୋ ବାପା ସ୍ବପ୍ନ ଦେଖିଥିଲି। ସେହି ସ୍ବପ୍ନକୁ ସାକାର କରିବା ଲାଗି ମୁଁ ମୋ କ୍ୟାରିୟର୍‌କୁ ଉତ୍ସର୍ଗ କରିଛି।

Leave a Reply

Your email address will not be published. Required fields are marked *