ରାଜ୍ୟ

ବଗପାଟିଆ ଥଇଥାନ ସ୍ଥଳୀରେ ପଶିଲା ଜୁଆର ପାଣି

Spread the love

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ଗୁରୁବାର ରାତି ପ୍ରାୟ ୧୨ଟାରେ ଓଡ଼ିଶା ଉପକୂଳ ସ୍ପର୍ଶ କରିଛି।ବାତ୍ୟା ରାଜନଗରର ହବେଳୀଖଟିରେ ସ୍ଥଳଭାଗ ଛୁଇଁଛି। ବାତ୍ୟା ପ୍ରଭାବରେ ରାଜନଗରର ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆରେ ସମୁଦ୍ରର ଜୁଆର ପାଣି ପଶି ଆସିଛି । ଯାହାଦ୍ୱାରା ୫୭୧ ପରିବାର ଏଵେ ପାଣି ଘେରରେ ଅଛନ୍ତି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେବି ବର୍ଷା ଲାଗି ରହିଥିବାରୁ ଆହୁରି ପାଣି ବଢିବା ନେଇ ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *