ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ଯୁବକ ନିଖୋଜ
ଯାଜପୁର ବିଞ୍ଝାରପୁରୁ ବ୍ଲକ ଉତ୍ତମପୁର ଗ୍ରାମର ପ୍ରିୟାଂଶୁ ବେହେରା ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ।। ଦିଗବାରେଣି ସମ୍ମୁଖ ସମୁଦ୍ରରେ ଗାଧୋଇବା ବେଳେ ହଠାତ୍ ଭାସି ଗଲେ ପ୍ରିୟାଂଶୁ। ସାଙ୍ଗକୁ ଭାସୁଥିବା ଦେଖି ଲାଇଫଗାର୍ଡ ଡାକ ପକାଇଥିଲେ ବନ୍ଧୁ। ହେଲେ ସେତେ ବେଳକୁ ଯୁବକ ଜଣ ମହୋଦଧିରେ ନିଖୋଜ ହୋଇଯାଇଥିଲେ |ଖବର ପାଇ ଘଟଣାସ୍ଥଳରେ ନିଖୋଜ ଯୁବକ ଖୋଜା ଖୋଜି କରୁଛନ୍ତି ଅଗ୍ନିଶମ ବାହିନୀ ଏବଂ ଲାଇଫଗାର୍ଡ କର୍ମଚାରୀ।
