ରାଜନଗରରେ ଚାଲିଛି ଡଲଫିନ୍ ଗଣନା
ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ମୁହାଣ ଏବଂ ବଂଗୋପସାଗରର ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ନୀଳ ଜଳରାଶିରେ ଜଳକ୍ରୀଡ଼ା କରୁଥିବା ଆଜିଠାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ୩ ଦିନ ଯାଏ ଚାଲିବ ଗଣନା। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ୯ଟି ଟିମ୍ ସାମିଲ୍ ହେବେ। ପ୍ରତି ଟିମରେ ୪ଜଣ ଡଲଫିନମାନଙ୍କ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ଟାରୁ ୯ ଟା ଯାଏ ଏହି ଗଣନା ଚାଲିବ।
