ଆଞ୍ଚଳିକ

ବାହାନଗା ଟ୍ରେନ୍ ଟ୍ରାଜେଡି : ନିଲମ୍ବିତ ୪ ରେଲୱେ କର୍ମଚାରୀଙ୍କୁ ସିବିଆଇର ଜେରା

Spread the love

ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ଚାଲିଛି ଜେରା । ନିଲମ୍ବିତ ୪ ରେଲୱେ କର୍ମଚାରୀଙ୍କୁ ଚନ୍ଦକା ଥାନାରେ ଚାଲିଛି ଜେରା । ୪ ଜଣଙ୍କୁ ସିବିଆଇ ଜେରା କରୁଛି । ତେବେ ସମନ ପାଇବା ପରେ ସିବିଆଇ ପାଖରେ ୪ ରେଲୱେ କର୍ମଚାରୀ ହାଜର ହୋଇଛନ୍ତି । ରେଲୱେ ବିଭାଗର ୨ ଜଣ ସିଗନାଲ ଅପରେଟର, ଜଣେ ଟ୍ରାଫିକ୍ ଇନ୍ସପେକ୍ଟର ଏବଂ ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ଟିମ୍ ଜେରା କରୁଛି । ସେପଟେ ଗିରଫ ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶୁକ୍ରବାର ଶେଷ ହେଉଛି । ଅପରାହ୍ନରେ ସେମାନଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି । ବାହାନଗା ରେଳ ଦୁର୍ଘଟଣା ମାମଲାରେ ୭ ରେଳବାଇ କର୍ମଚାରୀ ନିଲମ୍ବିତ କରାଯାଇଛି । ଗିରଫ ୩ କର୍ମଚାରୀଙ୍କ ସହ ୭ ରେଳବାଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଗିରଫ ୩ ଜଣଙ୍କୁ ପୁଣି ୪ ଦିନ ରିମାଣ୍ଡରେ ନେଇଛି ସିବିଆଇ । ପୂର୍ବରୁ ସିବିଆଇ ଏହି ୩ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇଥିବା ବେଳେ ମଙ୍ଗଳବାର ସରିଥିଲା ରିମାଣ୍ଡ ଅବଧି । କୋର୍ଟରେ ହାଜର ପରେ ପୁଣି ରିମାଣ୍ଡରେ ନେଇଛି ସିବିଆଇ । ସ୍ପେଶାଲ ସିବିଆଇ କୋର୍ଟ ଏମାନଙ୍କୁ ୪ ଦିନ ରିମାଣ୍ଡରେ ନେବା ଲାଗି ସିବିଆଇକୁ ଅନୁମତି ଦେଇଥିଲେ । ଘଟଣାରେ ଗିରଫ ୩ ଅଭିଯୁକ୍ତ ଅରୁଣ ମହାନ୍ତ, ଅମିର ଖାନ୍ ଓ ପପୁ କୁମାରଙ୍କର ଶୁକ୍ରବାର ଶେଷ ହେବ ରିମାଣ୍ଡ ଅବଧି । ଅପରାହ୍ନରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ରେଳ ଦୁର୍ଘଟଣାରେ ମୃତ ୧୯୩ ଜଣଙ୍କ ମଧ୍ୟରେ ଏବେବି ୪୧ ଜଣଙ୍କ ମୃତଦେହ ଏମସ ନିକଟରେ କଣ୍ଟେନର ଭିତରେ ପଡି ରହିଥିଲା । ଏହାରି ଭିତରେ ଆଉ ୧୦ ଜଣଙ୍କର ଡିଏନଏ ଟେଷ୍ଟ ରିପୋର୍ଟ ଆସିସାରିଛି । ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *