ଭୁବନେଶ୍ୱର ସତସଙ୍ଗ ମହା ମହୋତ୍ସବ।

ଭୁବନେଶ୍ୱର ସତସଙ୍ଗ ମହୋତ୍ସବ। ଭୁବନେଶ୍ୱର ସ୍ଥାନୀୟ ଜନତା ମଇଦାନ ରେ ଆସନ୍ତା ୧୬ ଫେବୃଆରି ୨୦୨୫ ପାଳନ ନିମନ୍ତେ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ର ଆର୍ଶୀବାଦ କୁ ବହନ କରି ଭୁବନେଶ୍ୱର ଆଖ ପାଖ ଅଞ୍ଚଳ ର ଗୁରୁଭାଇ ମାନଙ୍କୁ ସତସଙ୍ଗ ମହୋତ୍ସବ ରେ ଯୋଗଦାନ ପାଇଁ ଭୁବନେଶ୍ବର ସତସଙ୍ଗ ବିହାର ଉତ୍ସବ କମିଟି ତରଫ ରୁ ନିଆଳି, ଭିଙ୍ଗାରପୁର, ବନମାଳୀପୁର, ଗୋପ, ନିମାପଡ଼ା, ପିପିଲି, ଜଟଣୀ, ଖୋର୍ଦ୍ଧା, କଟକ, ଧାନଘରପଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ବଡମ୍ବା, ଖଣ୍ଡପଡ଼ା, ନୟାଗଡ ପ୍ରଭୁତି ଅଞ୍ଚଳ ରେ ଦ୍ୱାରେ ଦ୍ୱାରେ ଯାଇ ବହୁ ଯୁବ କର୍ମୀ ବିଭିନ୍ନ ସତସଙ୍ଗ କେନ୍ଦ୍ର ମାନଙ୍କ ରେ ନିମନ୍ତ୍ରଣ କରୁଥିବା ଦେଖା ଯାଏ।

ସମସ୍ତ ଅଞ୍ଚଳ ରୁ ବହୁ ସଂଖ୍ୟା ରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହି ଉତ୍ସବ ରେ ଯୋଗଦାନ କରିବାକୁ ଆସୁଛନ୍ତି। ଏହି ଉତ୍ସବରେ ବହୁ କର୍ମୀ ସ୍ବାସ୍ଥ୍ୟ ଶିବିର, ନଗର କୀର୍ତ୍ତନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ଆଗ୍ରହୀ। ଦେଓଘର ରୁ ଆଗତ white band ଏବଂ ଓଡ଼ିଶାର ଲୋକ କଳା, ଭଜନ, ନଗର କୀର୍ତ୍ତନ, ସ୍ବାସ୍ଥ୍ୟସେବା ଓ ସାଧାରଣ ସଭା ଜନତା ମଇଦାନ ରେ ଅନୁଷ୍ଠିତ ହେବାକୁ ଯାଉଅଛି। ଆୟୋଜକଙ୍କ ତରଫରୁ ଭୁବନେଶ୍ୱର ର ମା ମାନେ ଏବଂ ଯୁବକ ଗଣ ସମସ୍ତେ ପ୍ରସାଦ ସେବନର ଦାୟିତ୍ଵ ନେଉଥିବାର ଦେଖା ଯାଉଅଛି। ଉତ୍ସବକୁ ସମସ୍ତେ ଉପଭୋଗ କରି ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରା ରେ ପ୍ରତି ପ୍ରତ୍ୟେକ ଅନୁସରଣ କରିବେ ବୋଲି ଆଶା କରା ଯାଉଅଛି।

