ଶ୍ରୀମନ୍ଦିରରେ ଭାରତୀୟ କ୍ରିକେଟର ,ମ୍ୟାଚ୍ ପୂର୍ବରୁ କଲେ ଜଗା ଦର୍ଶନ
ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କଲେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର । ଏଥିପାଇଁ କଡା ସୁରକ୍ଷା ଗ୍ରହଣ କରାଯାଇଛି । ଏହି ୩ ଖେଳାଳୀ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ସେମାନେ ଶ୍ରୀମନ୍ଦିର ସିଂହଦ୍ୱାର, ବାଇଶି ପାହାଚ ଦେଇ ବେହରଣ ଦ୍ୱାର ବାଟେ ପ୍ରବେଶ କରି ରତ୍ନସିଂହାସନସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ଦର୍ଶନ ସାରି ଫେରିବା ପରେ ବେଶ ଖୁସି ଥିଲେ ତିନି ଖେଳାଳି ।

