ନନ୍ଦନକାନନର ପ୍ରବେଶ ଏବଂ ପ୍ରସ୍ଥାନରେ ପରିବର୍ତ୍ତନ
ନନ୍ଦନକାନନର ଉନ୍ନତିମୂଳକ କାର୍ଯ୍ୟ ଚାଲୁଥିବା ଯୋଗୁଁ ପର୍ଯ୍ୟଟକମାନଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନରେ ପରିବର୍ତ୍ତନ କରାଯାଇଛି । ଫଳରେ ପର୍ଯ୍ୟଟକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ପର୍ଯ୍ୟଟକମାନେ ନନ୍ଦନକାନନ ମୁଖ୍ୟ ଫାଟକ ଦେଇ ସମ୍ମୁଖରେ ଥିବା ଟିକେଟ କାଉଣ୍ଟରରେ ଟିକେଟ କରି ପ୍ରବେଶ କରୁଥିଲେ । ଗୋଟିଏ ମାର୍ଗରେ ଆସି ଜୀବଜନ୍ତୁଙ୍କୁ ସଠିକ୍ ଭାବେ ଦେଖି ସେହି ମାର୍ଗରେ ଫେରୁଥିଲେ।କିନ୍ତୁ ନନ୍ଦନକାନନର କାଞ୍ଜିଆ ଲେକ ସଂଲଗ୍ନରେ ଡ୍ରେନ ନିର୍ମାଣ ପାଇଁ ହେଉଥିବା କାର୍ଯ୍ୟ ଯୋଗୁଁ ପର୍ଯ୍ୟଟକ କିଛି ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଫଳରେ ବିକଳ୍ପ ଭାବରେ ନନ୍ଦନକାନନର ବହୁତଳ ପାର୍କିଂ ପାର୍ଶ୍ଵରେ ନିର୍ମାଣ ହୋଇଥିବା ପ୍ରସ୍ଥାନ ପଥରେ ବର୍ତ୍ତମାନ ଏହି ଅସ୍ଥାୟୀ ପ୍ରବେଶ ଓ ପ୍ରସ୍ଥାନ ମାର୍ଗ କରାଯାଇଛି ।

