କାନନେଶ୍ୱର ମନ୍ଦିରରେ ଭଜନ ସନ୍ଧ୍ୟା

19/02/2025 ଶ୍ରୀ ଶ୍ରୀ କାନନେଶ୍ୱର ମନ୍ଦିର ପରିସରରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା |ଏଥିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀମତୀ ଅନିନ୍ଦିତା ଦାସ ଏବଂ ଶ୍ରୀମତୀ ଝରଣା ମିଶ୍ର ସଂଗୀତ ପରିବେଷଣ କରିଥିଲେ |ସର୍ବପ୍ରଥମେ ସେମାନଙ୍କୁ ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଲେଙ୍କା , ଶ୍ରୀମତୀ ବିଜୟଲକ୍ଷ୍ମୀ ପାଣି ଏବଂ ଶ୍ରୀମତୀ ଗୀତାଞ୍ଜଳି ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ କରିଥିଲେ |ମନ୍ଦିର କମିଟି ତରଫରୁ ଶ୍ରୀ ସଚ୍ଚିତାନନ୍ଦ ଧଳ , ଦେବେନ୍ଦ୍ର ନାଥ ସ୍ୱାଇଁ ସମ୍ପାଦକ ,ଅଜୟ କୁମାର ସାହୁ ,କୃପାନିଧି ବିଶ୍ୱାଳ , ଶ୍ରୀ ଅଶୋକ କୁମାର ମହାନ୍ତି , ଶ୍ରୀ ସଚ୍ଚିତାନନ୍ଦ ପାଣିଗ୍ରାହୀ ,ଶ୍ରୀ ଦିଲ୍ଲୀପ ସାହୁ ଉପଢ଼ୋକନ ଦେଇ ସମ୍ବୋଧନ କରିଥିଲେ |

ମନ୍ଦିର ପୂଜକଗଣ ବେଦପାଠ କରିଥିଲେ |ଶ୍ରୀ ଦିଲ୍ଲୀପ ସାହୁ ସଭ୍ୟ ଏହାକୁ ପରିଚାଳନା କରିଥିଲେ | କଣ୍ଠଶିଳ୍ପୀ ଶ୍ରୀମତୀ ଅନିନ୍ଦିତା ଦାସ ଏବଂ ଶ୍ରୀମତୀ ଝରଣା ମିଶ୍ର ଙ୍କ ଦ୍ୱାରା ଭଜନ ସନ୍ଧ୍ୟା କୁ ପ୍ରାୟ 500 ଶହ ଭକ୍ତଗଣ ଉପଭୋଗ କରୁଥିଲେ |ଏହି ଭଜନ ସନ୍ଧ୍ୟାରେ ହରିବୋଲ ଏବଂ ହୁଳହୁଳି ରେ ପରିବେଶ ପୁରି ଉଠୁଥିଲା |ଭଜନ ପରିବେଷଣ ସମାପ୍ତି ପରେ ମନ୍ଦିର କର୍ତ୍ତୃପକ୍ଷ ଙ୍କ ଦ୍ୱାରା ସମସ୍ତଙ୍କୁ ପ୍ରସାଦ ସେବନର ବନ୍ଦବୋସ୍ତ କରାଯାଇଥିଲା |

