ବାଗେଶ୍ବର ଧାମରେ ପହଞ୍ଚି କ୍ୟାନସର ହସପିଟାଲର କଲେ ଶିଳାନ୍ୟାସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଗେଶ୍ବର ଧାମ ପହଞ୍ଚି ବାଲାଜୀ ମନ୍ଦିରର ଦର୍ଶନ କରି ପୂଜା କରିବା ପରେ ହସପିଟାଲର ଶିଳାନ୍ୟାସ କରିଛନ୍ତି ।ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ସ୍ଥିତ ବାଗେଶ୍ବର ଧାମରେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନରେ ପହଞ୍ଚିଥିଲେ । ମଠର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ବାଲାଜୀ ମନ୍ଦିରକୁ ନେଇ ଯାଇଥିଲେ । ଏଠାରେ ମୋଦି ପୂଜାର୍ଚ୍ଚନା କରି ପୁଷ୍ପ ଅର୍ପଣ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ସିଧାସଳଖ ମଞ୍ଚକୁ ଯାଇଥିଲେ । ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ସ୍ବାଗତ ଭାଷଣ ଦେବା ପରେ ବଟନ ଚିପି ବାଗେଶ୍ବର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିଥିଲେ ।ମୋଦି କହିଥିଲେ, ବହୁତ କମ୍ ଦିନ ଭିତରେ ମୋତେ ଦ୍ବିତୀୟ ଥର ବୁନ୍ଦେଲଖଣ୍ଡକୁ ଆସିବାକୁ ସୌଭାଗ୍ୟ ମିଳିଛି । ଏଥର ସିଧାସଳଖ ବାଲାଜୀଙ୍କ ଡକରା ଆସିଛି । ହନୁମାନଙ୍କ କୃପାରୁ ଆସ୍ଥାର ଏହି କେନ୍ଦ୍ର ଆରୋଗ୍ୟ କେନ୍ଦ୍ର ହେବାକୁ ଯାଉଛି ।

