ରେକର୍ଡ ଭାଙ୍ଗିଲା ସାଲାର, ନର୍ଥ ଆମେରିକାରେ ୧୯୭୯ ସ୍ଥାନରେ ହେବ ସ୍କ୍ରିନିଂ
ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଆଗାମୀ ପାନ୍ ଇଣ୍ଡିଆ ଫିଲ୍ମ ସାଲାର। ମୋଷ୍ଟ ଆଉଟେଡ୍ ଚଳଚ୍ଚିତ୍ରର ଟିଜର ଲଞ୍ଚ କରାଯାଇଥିଲା। ଏହା ପରେ ପ୍ରଶଂସକ ଏବଂ ଦର୍ଶକଙ୍କ ମଧ୍ୟରେ ଉତ୍ସାହର ସ୍ତର ଆହୁରି ବୃଦ୍ଧି ପାଇଛି । ଦର୍ଶକମାନେ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି। ହେଲେ ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି । ଏବେ ଏହି ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ମଧ୍ୟ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ପ୍ରଭାସଙ୍କ ଚଳଚ୍ଚିତ୍ର ସାଲାର ଉତ୍ତର ଆମେରିକାରେ ୧୯୭୯ ରୁ ଅଧିକ ପରଦାରେ ମୁକ୍ତିଲାଭ କରିବ। ୨୭ ସେପ୍ଟେମ୍ବର ୨୦୨୩ ରେ ଆମେରିକାରେ ସାଲାର ମୁକ୍ତିଲାଭ କରିବ । ସାଲାରର ଡିଷ୍ଟ୍ରିବ୍ୟୁଟ୍ରମାନେ ନିଜେ ଉତ୍ତର ଆମେରିକାରେ ମିଳୁଥିବା ଅନେକ ପରଦା ବିଷୟରେ ସୂଚନା ଦେଇଛନ୍ତି । ଟ୍ୱିଟରରେ ଏହି ପୋଷ୍ଟକୁ ସେୟାର କରିଛନ୍ତି। ସେ ଲେଖିଛନ୍ତି – ଆମ ଠାରୁ ବକ୍ସ ଅଫିସ୍ ବୁଲଡୋଜରକୁ ଗ୍ରାଣ୍ଡ୍ ସାଲ୍ୟୁଟ୍ …. ଉତ୍ତର ଆମେରିକାରେ ୧୯୭୯ ସ୍ଥାନରେ ସାଲାର ମୁକ୍ତିଲାଭ କରିବ। ଯେକୌଣସି ଭାରତୀୟ ଚଳଚ୍ଚିତ୍ର ପାଇଁ ସର୍ବକାଳୀନ ରେକର୍ଡ ରିଲିଜ୍ । ସାଲାର ପାର୍ଟ-୧ ପ୍ରଭାସଙ୍କ ବ୍ୟତୀତ ଶ୍ରୁତି ହାସନ, ପ୍ରୀତିରାଜ ସୁକୁମାରନ୍ ଏବଂ ଜଗପତି ବାବୁ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୨୮ରେ ତେଲୁଗୁ, ମାଲାୟାଲମ୍, ତାମିଲ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ବିଦେଶରେ ଏହା ୨୭ ସେପ୍ଟେମ୍ବରରେ ମୁକ୍ତିଲାଭ କରିବ। ଆଦିପୁରୁଷ ପରେ ପ୍ରଭାସଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିବା ପାଇଁ ଏହା ଏକ ବଡ଼ ସୁଯୋଗ । ସାଲାର ବ୍ୟତୀତ ପ୍ରଭାସଙ୍କ ବ୍ୟାଗରେ ବଡ ବଡ ପ୍ରୋଜେକ୍ଟ ମଧ୍ୟ ଅଛି । ଏହା ମଧ୍ୟ ଏକ ମେଗା ବଜେଟ୍ ପ୍ରୋଜେକ୍ଟ ।
