ବୀରମହାରାଜପୁର କୁ ଏନଏସି ଘୋଷଣା ସହ ୧୫ ଦଫା ଦାବିରେ ବନ୍ଦ ଡାକରା
ଆଜି ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୁ ଏନଏସି ଘୋଷଣା ସହ ୧୫ ଦଫା ଦାବିରେ ବନ୍ଦ ଡାକରା ଦେଇଛି ଆମ ଆଦମୀ ପାର୍ଟି। ଆଜି ସକାଳୁ ସକାଳୁ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା ମାନେ ବୀରମହାରାଜପୁର ଛକ ସମେତ ବିଭିନ୍ନ ଛକରେ ପିକେଟିଂ କରିଥିବା ଦେଖିବାକୁ ମିଳିଛି। ଦୋକାନ, ବଜାର, ଯାନ ବାହନ ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସବୁ ବନ୍ଦ ରହିବ ବୋଲି ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବନ୍ଦରୁ ଜରୁରୀ ସେବାକୁ ବାଦ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଛକ ମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
