ଗ୍ୟାସରୁ ନିଆଁ ଲାଗି ଜଳିଗଲେ ମାଆ ଓ ପୁଅ
କୁମ୍ଭାର ସାହିର ଗୀତାଞ୍ଜଳି ପଣ୍ଡା ରୋଷେଇ ଘରେ ଗ୍ୟାସରେ ରାନ୍ଧୁଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଗୀତାଞ୍ଜଳିଙ୍କ ପୁଅ ଚନ୍ଦନ ମା ଦେହରେ ନିଆଁ ଲାଗିଥିବା ଦେଖି ଦୌଡ଼ି ଆସି ମାଆ କୁ ବଂଚେଇବାକୁ ଯାଇ ନିଜେ ଜଳି ଯାଇଥିଲେ । ତେବେ ସ୍ଥାନୀୟ ଲୋକ ମାଆ ଓ ପୁଅଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲରେ ଭର୍ତ୍ତି କରିଛନ୍ତି । ଗୀତାଞ୍ଜଳିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।
