ରାଶିଫଳ

ରାଶିଫଳ

Spread the love

ମେଷ –

ଅଶ୍ୱନୀ- ଭାଗୀଦାରୀ ବ୍ୟବସାୟୀଙ୍କ ସହ ସମନ୍ୱୟ ଭଲ ରହିବ। ମାର୍କେଟିଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ। ସମସ୍ତ ପରିବାର ସଦର୍ସ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ନିଜ ବାଲ୍ୟ ବନ୍ଧୁଙ୍କୁ ବିବାହ ପ୍ରସ୍ତାବ ଦେଇପାରନ୍ତି।ଦ୍ୱିଜା- ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ। ବିଦେଶରେ ରହି ପଢିବାର ସ୍ୱପ୍ନ ପୂରଣ ହୋଇପାରେ। ଅନ୍ୟର ସାହାର୍ଯ୍ୟ ସମର୍ଥନରେ ଲକ୍ଷହାସଲ କରିପାରିବେ । କୃତିକା- ଧାର୍ମିକ ଭାବନାରେ ଶାନ୍ତି ପାଇବେ ଓ ଆତ୍ମ ବିଶ୍ୱାସ ବଢିପାରେ । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ପ୍ରତିକାର – ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

ବୃଷ

କୃତିକା- ବ୍ୟବସାୟ ସମ୍ବନ୍ଧରେ ବଡ ଚୁକ୍ତି ହୋଇପାରେ। ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ହେବ। ମିତ୍ର ବନ୍ଧୁ ମାନଙ୍କ ପରିସର ବୃଦ୍ଧି ପାଇବ। ବୃଦ୍ଧି ବିଦ୍ୟାର ଉତମ ଉପଯୋଗ କରି କାର୍ଯ୍ୟରେ ସଫଳତା ପାଇବେ ।ରୋହିଣୀ- ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ। ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି। ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ କ୍ଷୟକ୍ଷତି ଦେଖା ଦେଇପାରେ । ମୃଗଶିରା- ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ ହେବ । ଯାନ ବାହନରେ ଚଳାଚଳରେ ସତର୍କ ରୁହନ୍ତୁ ।

ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ମିଥୁନ

ମୃଗଶିରା- ଆପଣଙ୍କର ଭାଗ୍ୟ ଆପଣଙ୍କ ସହିତ ରହିବ ଏବଂ କମ୍ ପରିଶ୍ରମ ସତ୍ତ୍ୱେ ଅନୁକୂଳ ଫଳାଫଳ ପାଇବେ। ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ସମନ୍ୱୟ ବିଘ୍ନ ଆଣିପାରେ କିନ୍ତୁ ପରିସ୍ଥିତି ଧୀରେ ଧୀରେ ଭଲ ରହିବ।ଆଦ୍ରା- ସ୍ଥାବର ଅସ୍ଥାବର ସମ୍ପତିର ମାଲିକାନା ପାଇପାରନ୍ତି । ଶିକ୍ଷା ସହ ଜଡିତ କିଛି ଅସୁବିଧା ସାମ୍ନା କରିବାକୁ ପଡିପାରେ। ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ। ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ ।ପୁନର୍ବସୁ- ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ। ଜମି , ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ସଫଳତା ପାଇଁ ପ୍ରୟାସ ଜାରି ରଖନ୍ତୁ। ପିତା ମାତା ନିଜ ସନ୍ତାନଙ୍କ ବିବାହ ପାଇଁ ଯୋଜନା କରିପାରନ୍ତି ।1

ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

କର୍କଟ

ପୁନର୍ବସୁ- ବ୍ୟବସାୟୀ ମାନେ କମ୍ ପରିଶ୍ରମରେ ଅଧିକ ଲାଭବାନ୍ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଆଗ୍ରହ ବଢିବ। ସାମାଜିକ ଭାବମୂର୍ତ୍ତି ସୁରକ୍ଷା ହେବ । ଅଫିସରେ ଆପଣଙ୍କର ପଦୋନ୍ନତି ବିଷୟରେ ଆଲୋଚନା କରିପାରନ୍ତି ।ପୁଷ୍ୟା- କାର୍ଯ୍ୟ ବିଷୟରେ ପରାମର୍ଶ ଦେବା ଫଳରେ ପ୍ରଂଶସିତ ହେବେ । ନ୍ୟାୟମାର୍ଗ ଓ ମିଠା ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ୍ ହେବେ । ଶତୃମାନେ ମିତ୍ରପରି ବ୍ୟବହାର କରିବେ । ଭାଷଣ ବାଜିରେ କ୍ରୋଧକୁ ଆୟତକରିବା ଉଚିତ୍ଅଶ୍ଳେଷା- ପରିଚିତ ଲୋକଙ୍କଠାରୁ ଅଧିକ ଲାଭ ମିଳିବ । କୈାଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୨

ସିଂହ

ମଘା- ପାରିବାରିକ ଜୀବନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ଜୀବନରେ ପତୀପତ୍ନୀ ମଧ୍ୟରେ ଥିବା ତିକ୍ତତା ଭାବ ଦୂରିଭୂତ ହୋଇଯିବ ଓ ପ୍ରିତି ବୃଦ୍ଧି ପାଇବ।ପୂ,ଫାଲଗୁନି- ଆପଣ ଦୀର୍ଘ ସମୟରୁ ବିନିଯୋଗ କରିଥିବା ଅର୍ଥର ଲାଭାଂଶ ପାଇବେ। ବିଦ୍ୟାର୍ଥୀ ମାନେ ଉତମ ଫଳ ପାଇବେ । ଔଷଧ ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ରାଜନୀତିରେ ଆଗକୁ ଯିବେ ।ଉ,ଫାଲଗୁନି- ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି। ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ । ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ । ମନୋରଞ୍ଜନ କାର୍ଯ୍ୟରେ ଅଶାନ୍ତି ଉପୁଜିବ।

ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

କନ୍ୟା

ଉ- ଫାଲ୍‌ଗୁନୀ- ଶରୀର ସୁସ୍ଥ ରହିବା ସହ ଯାତ୍ରାରେ ବିଶେଷ ଲାଭବାନ୍ ହେବେ। ବନ୍ଧୁଙ୍କ ସାହାଯ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ। ବ୍ୟବସାୟରେ ବିରାଟ ଯୋଜନାର ସଂକଳ୍ପ ନେବେ ।ହସ୍ତା- ଚାକିରିରେ ପ୍ରାଧାନ୍ୟ ବଜାୟ ରହିବ। ଶିକ୍ଷାର୍ଥୀ ମାନେ ଭାବନା ଉପରେ ନିୟନ୍ତ୍ରଣ ରଖିଲେ ଶିକ୍ଷା ଲାଭ କରି ପାରିବେ। ରାଜନୀତିରେ ଲୋକ ପ୍ରିୟତା ଦେଖା ଦେବ।ଚିତ୍ରା- ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ। ପରିବାରରେ ଅଯଥା ଝଗଡା ବଢିଯିବା ଫଳରେ ନିଜେ ଲଜ୍ଜିତ ହେବ । କ୍ୟାରୀୟରରେ ସକାରାତ୍ମକ ପ୍ରଭାବ ପଡିବ । କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ।

ପ୍ରତିକାର – ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :୫

ତୁଳା

ଚିତ୍ରା- ଯାନବାହନରୁ ପତନର ଯୋଗ ରହିଅଛି । ଚାକିରି କ୍ଷେତ୍ରରେ ଭଲ ବେତନ ପାଇବେ। ଜୀବନସାଥୀଙ୍କ ମଧ୍ୟରେ ସାମାନ୍ୟ ତିକ୍ତତା ଦେଖା ଦେଇପାରେ। ପରିବାରରେ ଆପଣଙ୍କ ଗୁରୁତ୍ୱ ବୃଦ୍ଧି ପାଇବ।ସ୍ୱାତୀ- ସମ୍ପତ୍ତି ବାଡିକୁ ନେଇ ସାମାନ୍ୟ ଚିନ୍ତା ଦେଖାଦେଇପାରେ। କ୍ୟାରିୟରକୁ ନେଇ ଗର୍ବିତ ଅନୁଭବ କରିବେ। ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି।ବିଶାଖା- ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ଧର୍ଯ୍ୟର ସହିତ ସବୁ କାର୍ଯ୍ୟକୁ ସମାଧାନ କରିପାରିବେ । ନାନା ଭାବନା ଓ ଦ୍ୱିଧାଭାବ ଭିତରେ ଗତି କରି ପାରନ୍ତି । ପ୍ରତିଷ୍ଠିତ ଲୋକଙ୍କ ସହିତ ସୁସଂପର୍କ ସ୍ଥାପନ ହେବ ।

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

ବିଛା

ବିଶାଖା- ମାନସିକ କ୍ଳାନ୍ତି ଅନୁଭବ କରିବେ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ହେବ। ବାଣିଜ୍ୟରେ ଆତ୍ମବୃଦ୍ଧି ଓ ସଞୟ ହେବ । ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ।ଅନୁରାଧା- ଛାତ୍ର ଛାତ୍ରୀ ମାନେ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇ ପାରନ୍ତି । ରାଜନିତିରେ ବିଶ୍ୱାସୀ ଲୋକ ମାନେ ଧୋକା ଦେବେ । ବ୍ୟବସାୟରେ କ୍ଷତି ଯୋଗୁ ମନ ଅଶାନ୍ତିରେ ରହିବ।ଜ୍ୟୋଷ୍ଠା- ଅନେକ ଗୁଡିଏ କାମ ଅଟକି ରହିଥିବାରୁ ଅନ୍ୟମନସ୍କ ରହିବେ । ଆକସ୍ମିକ ଧନ ଲାଭ ହୋଇପାରେ। କିଛିଯାନ୍ତ୍ରିକ ଜିନିଷ ଉପକରଣ କ୍ରୟ କରିପାରନ୍ତି । ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ।

ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :୯

ଧନୁ

ମୂଳା- ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବେ। ନିଜ ପରିବାରକୁ ଅଧିକ ସମୟ ଦେବା ସହିତ ହସ ଖୁସିରେ ସମୟ କାଟିବେ। ପ୍ରେମ ସମ୍ପର୍କକୁ ଦୃଢ କରିବେ।ପୂ,ଷାଢା- ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ। ବିଦ୍ୟାର୍ଥୀ କୈାଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ବାଦବିବାଦ କ୍ଷେତ୍ରରେ ବିଜୟୀ ହେବେ।ଉ,ଷାଢା- ମହିଳା ମାନେ ସୁଖଭାଗିନୀ ହେବେ । କର୍ତୁପକ୍ଷ ଆପଣଙ୍କୁ କୈାଣସି ବଡ ଦାୟିତ୍ୱ ଦେବେ । କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ । ଦୀର୍ଘଦିନର ଆଶା ପୂରଣ ହୋଇପାରେ।

ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୬

ମକର

ଉ, ଷାଢା- ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରୁ ଲାଭବାନ୍ ହେବେ।ଶ୍ରବଣା- ପତୀ ପତ୍ନୀଙ୍କ ମଧ୍ୟରେ ଭଲ ବୁଝାବଣା ହେବା ସହିତ ଦାମ୍ପତ୍ୟ ଜୀବନରେ ସୁଖ ଆସିବ। ଛାତ୍ରଛାତ୍ରୀମାନେ ଅଧିକ ସମୟ ଖେଳରେ କଟାଇବେ। ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ। ସମ୍ମାନ ବୃଦ୍ଧି ଘଟିବ ଓ ପ୍ରତିଭାର ବିକାଶ ଘଟିବ।ଧନିଷ୍ଠା- ବହୁ ଦିନରୁ ସମାଧାନ ହୋଇ ନପାରୁଥିବା ସମସ୍ୟା ସମାଧାନ ହୋଇ ଯିବ। ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । ଘରେ କିଛି ମାଙ୍ଗଳିକ କାର‌୍ୟ୍ୟ କରିବା ପାଇ ବନ୍ଧୁଙ୍କ ପରାମର୍ଶ କରିପାରନ୍ତି।

ପ୍ରତିକାର – ସୂର୍ଯ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :୮

କୁମ୍ଭ

ଧନିଷ୍ଠା- ହଜମ ଜନୀତ ସମସ୍ୟା ସାମାନ୍ୟ ଦେଖା ଦେଇପାରେ । ପରିବହନ ଓ ଖାଦ୍ୟ ପଦାର୍ଥକୁ ନେଇ ବ୍ୟବସାୟରେ ନିଜ ଆଶାନୁରୂପକ ବ୍ୟବସାୟ କରିବେ । ମାନସିକ ଚାପ ସତ୍ୱେ ପରିବାରର ସବୁ କାର୍ଯ୍ୟ ସୁଚାରୁରୂପେ ତୁଲାଇବେ ।ଶତଭିଷା- ବିବାହ ଆଶାୟୀ ଯୁବକ ଯୁବତୀମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ଆୟର ଉତ୍ସ ବୃଦ୍ଧି ପାଇବା ସହ ସମ୍ପତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । କଠିନ ପରିଶ୍ରମ କରୁଥିବା ଛାତ୍ରମାନଙ୍କ ଆଶା ଶେଷରେ ପୂରଣ ହେବ।ପୂ,ଭାଦ୍ରପଦ- ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ । ମହିଳାମାନଙ୍କର ମିଷ୍ଠାନ ଲାଭରୁ ମନ ଖୁସିରହିବ। ଆଧାତ୍ମିକ ଜୀବନ ବିତାଇ ପାରନ୍ତି।

ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :୨

ମୀନ

ପୂ, ଭାଦ୍ରପଦ- ପୁରୁଣା ସାଙ୍ଗ ମାନଙ୍କ ସହିତ ଦୂର ଭ୍ରମଣରେ ଯାଇ ପାରନ୍ତି । କୌଣସି କାର୍ଯ୍ୟରେ ବ୍ୟସ୍ତ ବହୁଳ ରହିବେ । ଯେଉଁ କ୍ଷେତ୍ରରେ କର୍ମ କରୁଛନ୍ତି ଅଚାନକ ଭାବରେ ବାହାରକୁ ଯିବାର ସମ୍ଭାବନା ଅଛି ।ଉ, ଭାଦ୍ରପଦ- ରାଜନୈତିକ ସମ୍ମାନ ମିଳିବ । ବିଦ୍ୟାର୍ଥୀ ମାନେ ପଢାରେ ଭଲ ପ୍ରଦର୍ଶନ କରିବେ । ବ୍ୟବସାୟକୁ ନୂଆ ପ୍ରଣାଳୀରେ ଆରମ୍ଭ କରିବାକୁ ଚେଷ୍ଟା କରିବେ । ଉଦାସିନତା ଓ ନକରାତ୍ମକ ପ୍ରବୃତିକୁ ଛାଡିବା ପାଇଁ ପ୍ରୟାସ କରିବେ।ରେବତୀ- ଗୃହିଣୀଙ୍କ ପାଇଁ ମିଶ୍ରିତ ଫଳ ରହିବ। ଗୁରୁଜନଙ୍କ ସହ ଆଲୋଚନା କରି ନୂତନ କାର‌୍ୟ୍ୟ ଆରମ୍ଭ କରି ପାରିବେ । ମନର ନକାରାତ୍ମକତା ଦୂର ହୋଇ ଉଚ୍ଚଶିକ୍ଷାରେ ସଫଳତା ପାଇବେ।

ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :୩

Leave a Reply

Your email address will not be published. Required fields are marked *