ମହାରାଷ୍ତ୍ର୍ ଦିବସ ଅବସରରେ
ମହାରାଷ୍ଟ୍ର ରାଜ୍ୟ ତା 01.05 .1960 ମସିହା ରେ ମହାରାଷ୍ଟ୍ର ସମିତି ର ଆନ୍ଦୋଳନ ଯୋଗୁଁ ଗଠନ ହୋଇଥିଲା I ପୂର୍ବରୁ ଏହା ଗୁଜରାଟ ସହିତ ମିଶି ଥିଲା I ଭାଷା ଦୃଷ୍ଟିରୁ ଯେଉଁମାନେ ଗୁଜୁରାଟୀ ଭାଷୀ ଥିଲେ ତାଙ୍କୁ ନେଇ ଗୁଜୁରାଟ ରାଜ୍ଯ ହେଲା ମରାଠୀ ଭାଷା ରେ ରହୁଥିବା ଲୋକଙ୍କୁ ନେଇ ମହାରାଷ୍ଟ୍ର ରାଜ୍ଯ ଗଠନକୁ ସରକାର ସ୍ୱୀକୃତି ଦେଲେ
ବମ୍ବେ ଏହାର ରାଜଧାନୀ ହେଲା ପୂର୍ବରୁ ଦଣ୍ଡକାରଣ୍ୟ କୁହା ଯାଉଥିବା କିଛି ଅଞ୍ଚଳ ମହାରାଷ୍ଟ୍ର ସାଙ୍ଗରେ ରହିଲେ ଗଡଚିରୋଲୀ ,ଚନ୍ଦ୍ରପୁର, ଭଣ୍ଡାରର କିଛି ଜିଲ୍ଲା.ମହାରାଷ୍ଟ୍ର ରେ vada pawa..ଖୁବ୍ ପ୍ରିୟ ଖାଦ୍ୟ ବିଭିନ୍ନ ପ୍ରକାର ଫଳ ମିଳେ.ହିନ୍ଦୁ ମୁସଲମାନ, ଜୈନ, ବୁଦ୍ଧ ସବୁ ଧର୍ମର ଲୋକ ମାନେ ମିଶି ସୁନ୍ଦର ଭାବେ ସମସ୍ତ ପର୍ବ ପର୍ବାଣୀ ପାଳନ କରନ୍ତି I
ଶିବାଜୀ ମହାରାଜ,ଡକ୍ଟର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ହୁଏ I ଶ୍ରୀ ଗଣେଶ ,ଙ୍କ ପୂଜା ପ୍ରତି ଘରେ ଘରେ ପାଳନ ହୁଏ I ଗୁରୁ ପୂର୍ଣ୍ଣିମା ,ଇଦ୍. ବକ୍ରୀଦ୍ ସମସ୍ତେ ମିଶି ପାଳନ କରନ୍ତି
ଲୋକ ମାନେ ବହୁତ ପରିଶ୍ରମ କରିବାକୁ ଭଲ ପାଆନ୍ତିI ଅଜନ୍ତା, ଏଲୋରା , ଶିରିଡି ବାବା, ତିନି ଗୋଟି ଜ୍ୟୋତି ଲିଙ୍ଗ, ବହୁ ସମୁଦ୍ର କୂଳ. ସିନେମା ଜଗତର ସୃଷ୍ଟି ହୋଇଛି I
ପର୍ୟଟନସ୍ଥଳି ଗୁଡିକ୍ ବହୁ ସୁନ୍ଦର ବହୁ ବଡ଼ ରାଜ୍ଯI ଆମର ଓଡ଼ିଆ ଭାଇ ମାନେ ଏହି ରାଜ୍ୟରେ ପ୍ରାୟ 30 ଲକ୍ଷ୍ୟ ବିଭିନ୍ନ ସ୍ଥାନରେ ଯୁଗ ଯୁଗ ଧରି ରହି ଆସିଛନ୍ତି. ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ନିର୍ମାଣ ସବୁ ସହର ରେ ରହିଥିବା ଦେଖା ଯାଏ I ଆଜି ମହାରାଷ୍ଟ୍ର ଦିବସ ଅବସରରେ ସମସ୍ତ ମରାଠୀ ଭାଇ, ମା ,ଏବଂ ଗୁରୁଜନ ମାନଙ୍କୁ ପ୍ରଣାମ I ମା ଲକ୍ଷ୍ମୀ, ଶ୍ରୀ ଗଣପତି, ଶ୍ରୀ ଶିବ ଶ୍ରୀ ଶ୍ରୀ ଠାକୁର ସମସ୍ତ ଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରାର୍ଥନା
ଜୟ ମହାରାଷ୍ତ୍ର୍
ଜୟ ଜଗନ୍ନାଥ
ବନ୍ଦେ ପୁରୁଷୋତ୍ତମ
ବନ୍ଦେ ଉତ୍କଳ ଜନନୀ
କୃପା ନିଧି ବିଶ୍ଵାଳ
ପୂର୍ବତନ
ସହକାରୀ ଆବାସିକ କମିସନର
ମୁମ୍ବାଇ

