ପାଣିପାଗ

ଭିଜିଲା ରାଜଧାନୀ; ଟ୍ୱିନ ସିଟିକୁ କାଳବୈଶାଖୀ

Spread the love

ବଦଳିଲା ପାଗ ମିଜାଜ୍। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି। ଆଗାମୀ ୨ ଘଣ୍ଟା ପାଇଁ ଟ୍ୱିନ ସମେତ ୫ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେଆ ବର୍ଷା ଓ ଘଡ଼ଘଡ଼ି ନେଇ ଆଲର୍ଟ କରାଯାଇଛି। ଟ୍ୱିନ୍ ସିଟି କଟକ-ଭୁବନେଶ୍ବରକୁ କାଳବୈଶାଖୀ ଆଲର୍ଟ ବି ରହିଛି ।

ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର। ଆଜି ସକାଳୁ ରାଜଧାନୀରେ ବର୍ଷା ଯୋଗୁ ତାତିରେ ଲାଗିଛି ସାମାନ୍ୟ ବ୍ରେକ୍ ଲାଗିଛି। ଅପ୍ୟପକ୍ଷରେ ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଦୟପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆଜି ସକାଳେ ଅବପାତରେ ପରିଣତ ହୋଇଛି। ଏହା୨୪ ଘଣ୍ଟା ମଧ୍ୟରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *