ଭୁବନେଶ୍ଵର

ଭୁବନେଶ୍ୱର, ପଟିଆ ଶ୍ରୀ ଶ୍ରୀ କ।ନନେଶ୍ୱର ମନ୍ଦିରରେ ସାବିତ୍ରୀ ପୂଜା

Spread the love

ତା. ୨୬.୦୫.୨୦୨୫, ଶୁଭ ଦିବସ ଅବସରରେ ଭୁବେଶ୍ବରର ପଟିଆ ଆଖ ପାଖ ଅଞ୍ଚଳରେ ରହୁଥିବା ଅଧିବାସୀମାନଙ୍କର ପରିବାରର ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିବା ପାଇଁ ମନ୍ଦିର ପରିଦର୍ଶନରେ ଆସିଥିଲେ ।ସେମାନଙ୍କର ଦର୍ଶନର ସୁବିଧା ପାଇଁ ମନ୍ଦିର ତରଫରୁ ସମ୍ପାଦକ ଶ୍ରୀ ଦେବେନ୍ଦ୍ର ପ୍ରସାଦ ସ୍ଵାଇଁ, ସଭାପତି ଶ୍ରୀ ସଚିଦାନନ୍ଦ ଧଳ, ଶ୍ରୀ ସଚିଦାନନ୍ଦ ପାଣିଗ୍ରାହୀ , ଶ୍ରୀ ଅଶୋକ କୁମାର ମହାନ୍ତି , ଶ୍ରୀ କୃପାନିଧି ବିଶ୍ଵାଳ, ଶ୍ରୀ ଅଜୟ କୁମାର ସାହୁ, ଶ୍ରୀ ଧୀରେନ୍ ମହାନ୍ତି ପ୍ରମୂଖ ତଦାରଖ କରିବାକୁ ମନ୍ଦିର ପରିସରରେ ଉପସ୍ଥିତ ଥିଲେ ।

ମନ୍ଦିରର ପୂଜକମାନଙ୍କୁ ଓ ଦର୍ଶକ ମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଶ୍ରୀ ସୁବାସ ଚନ୍ଦ୍ର ନାୟକ, କେଦାର ନାଥ ନାୟକ, ସୁଭ୍ରାଂଶୁ ଭୂୟାଁ, ସହ ସମ୍ପାଦକ ଶ୍ରୀ ବିଜୟ କୁମାର କର ,ବିରେନ୍ଦ୍ର ନାୟକ, ଦିଲ୍ଲୀପ କୁମାର ସାହୁ, ପ୍ରଶାନ୍ତ ପଟ୍ଟନାୟକ , ଶ୍ରୀ ପ୍ରତାପ କୁମାର ମହାନ୍ତି ଓ ବିରଞ୍ଚି ମିଶ୍ର ପ୍ରମୂଖ ଦିବସ ଭରି ପୂଜାଭୋଗ ସମାଗ୍ରୀରେ ଶୃଙ୍ଖଳିତ ବିତରଣରେ ସହାୟତା ପାଇଁ ଜାଗ୍ରତ ଥିଲେ ।

ପ୍ରାୟ ହଜାର ହଜାର ମହିଳା ଆଜି ଲମ୍ବା ଧାଡ଼ିରେ ପୂଜା କରୁଥିବା ଦେଖିବାକୁ ମିଳିଥିଲେ । ପରିଚାଳନା ସଦସ୍ଯ ଥିବା ମହିଳାମାନଙ୍କ ତରଫରୁ ସ୍ଥାନୀୟ ମହିଳାମାନେ ମନ୍ଦିର ତରଫରୁ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଆ ପରମ୍ପରାରେ ସାବିତ୍ରୀ ବ୍ରତର ମହିମା ଅନନ୍ୟ। ତେଣୁ ପତିବ୍ରତା ମହିଳା ମାନେ ଅତ୍ୟନ୍ତ ଭକ୍ତିର ସହିତ ଉପବାସ ରହି ସ୍ୱାମିମାନଙ୍କର ଦୀର୍ଘଜୀବନ କାମନା କରି ଆଜିର ବ୍ରତକୁ ନିଷ୍ଠାର ସହିତ ପାଳନ କରିବାକୁ ଏଠାରେ ଅସୀମ ଧର୍ଯ୍ୟର ସହିତ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *