ମଦଭାଟିରେ ଚାଲିଲା ବୁଲଡୋଜର !
ଆଠଗଡ଼: ମଦଭାଟିରେ ବୁଲିଲା ବୁଲଡୋଜର । ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍ । ଆଠଗଡ଼ କୋରଙ୍ଗା ଗାଁରେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଚଢାଉ କରାଯାଇଛି । ଆଠଗଡ଼ ଡିଏସପି,ଆଇଆଇସି, ଆଠଗଡ଼ ଅବକାରୀ ଉପ ଅଧୀକ୍ଷକଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ରେଡରେ ସାମିଲ ଥିଲେ । ଚଢାଉ ରହେବାରୁ ମଦ ମାଫିଆ ଭାଟି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଦୀର୍ଘ ଦିନ ଧରି ଏହି ଗାଁରେ ଚୋରା ଦେଶୀ ମଦ ରନ୍ଧା ହୋଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା ।

