odisha

ସରକାରଙ୍କ ସାହାଯ୍ୟକୁ ଅପେକ୍ଷା କରିଛନ୍ତି ଏହି ଦିନମଜୁରିଆ ପାରାଲିସିସ ରୋଗୀ !

Spread the love

ଭଦ୍ରକ: ମଜୁରୀ ଲାଗିଲେ ପରିବାର ଦୁଇ ଓଳି ଖାଇବାକୁ ପାଇଥାଏ । ହସ ଖୁସିରେ ଦିନ କଟି ଯାଉଥାଏ । ହେଲେ ଦଇବ ସାଧିଲା ଦାଉ । ହଠାତ ପାରାଲିସ ରୋଗରେ ଗୋଡ଼ ଦୁଇଟି ଅଚଳ ହେଵା ପରେ ଶଯ୍ୟାଶାୟୀ ହୋଇ ପଡିଛନ୍ତି କୈଳାଶ ମଳିକ ନାମକ ଜଣେ ଅତ୍ୟନ୍ତ ଗରିବ ଦିନ ମଜୁରିଆ । ତାଙ୍କ ପରିବାର କେମିତି ଚଳିବ, ତାଙ୍କ ପିଲା ଛୁଆ ମାନେ କଣ ଖାଇବେ, ସେହି ଚିନ୍ତାରେ ପଡ଼ି ଯାଇଛନ୍ତି କୈଳାଶ ମଳିକ । ସରକାରଙ୍କ ପକ୍ଷରୁ କିଛିଟା ସାହାଯ୍ୟ ମିଳିଲେ ସେ ଚିକିତ୍ସା ହେବା ସହ ତାଙ୍କ ପରିବାର ଚଳି ପାରନ୍ତେ ବୋଲି ନିବେଦନ କରିଛନ୍ତି । ଏଭଳି ଦୁଖଦଃ ଘଟଣା ଦେଖିବଳୁ ମିଳିଛି ଭଦ୍ରକ ବ୍ଲକ ଅଧିନସ୍ଥ ଚରମ୍ପା ପଥରଆଡି ଅଞ୍ଚଳରେ । ଆସନ୍ତୁ ଦେଖିବା ଏହି ରିପୋର୍ଟ ।

ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧିନସ୍ଥ କାଁପଡ଼ା ପଞ୍ଚାୟତର ଚକରାସାହି ଗ୍ରାମର କୈଳାଶ ମଳିକ । ସେ ଦୀର୍ଘ ବର୍ଷ ହେବ ଗାଁ ଛାଡି ଭଦ୍ରକର ଚରମ୍ପା ଅଞ୍ଚଳରେ ଭଡା ଘରେ ରହି ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ପରିବାର କହିଲେ ତାଙ୍କ ସ୍ତ୍ରୀ ପବିତ୍ରା, ଗୋଟାଏ ପୁଅ ଓ ଗୋଟାଏ ଝିଅ କୁ ନେଇ ତାଙ୍କ ପରିବାର । ହେଲେ ଗତ କିଛି ବର୍ଷ ହେବ କୈଳାଶ ମଳିକ ପାରାଲିସ ରୋଗରେ ଆକ୍ରାନ୍ତ ହୋଇ ପଡିବାରୁ ତାଙ୍କର ଗୋଡ଼ ଦୁଇଟି ଅଚଳ ହୋଇଯାଇଛି । ଯାହାଫଳରେ ସେ ଆଉ କାମ ଧନ୍ଦା କରି ପାରିଲେ ନାହିଁ । ତାଙ୍କର ଏହିଭଳି ସ୍ଥିତି ଦେଖି ତାଙ୍କ ସ୍ତ୍ରୀ ପବିତ୍ରା ମଳିକ ସେହି ଚରମ୍ପା ପଥରଆଡି ଅଞ୍ଚଳରେ କିଛି ଘରେ ବାସନ ମାଜି ଦୁଇ ପଇସା ଆଣି ତାଙ୍କ ସ୍ୱାମୀ ଙ୍କ ପାଇଁ ମେଡ଼ିସିନ ଆଣିବା ସହ ଘର ଭଡା ଦେଇ ପରିବାର ପତିପୋଷଣ କରୁଥିଲେ । ହେଲେ ଏବେ ସ୍ୱାମୀ କୈଳାଶ ଙ୍କର ଶଯ୍ୟାଶାୟୀ ହେବା ପରେ ତାଙ୍କ ସେବା କରି,ବିଳମ୍ଭରେ କାମ ପାଇଁ ଯାଉ ଥିବାରୁ ବାସନ ମାଜିବାକୁ ମନା କରି ଦେଉଛନ୍ତି ଘରେ ମାଲିକ ମାନେ । ଏପରି ସ୍ଥଳେ ସ୍ତ୍ରୀ ପବିତ୍ରା କେମିତି ତାଙ୍କ ସ୍ୱାମୀଙ୍କୁ ଭଲ କରିବେ ଓ ପିଲା ଛୁଆ ଙ୍କୁ ଚଳାଇବେ, ସେ ନେଇ ଏବେ ଭାଙ୍ଗି ପଡିଛନ୍ତି ପବିତ୍ରା । ଖାଲି ସେତିକି ନୁହେଁ ତାଙ୍କ ଝିଅ କୁ ତିନି ବର୍ଷ ତଳେ ଯାହାକୁ ବିବାହ କରେଇ ଦେଇ ଥିଲେ । ତାଙ୍କ ଶଶୁର ଘରର ଲୋକେ ବି ତାଙ୍କୁ ଛାଡି ଦେଇଛନ୍ତି । ତେଣୁ ତାଙ୍କ ସ୍ୱାମୀ ଙ୍କର ଏହି ଅବସ୍ଥା ସହ ବିବାହିତା ଝିଅ ଟି ମୁଣ୍ଡ ଉପରେ ଲଦି ପଡିଥିବାରୁ ସେ ଏବେ କେମିତି ଚଳାଇବେ ତାହାକୁ ନେଇ ଚିନ୍ତାରେ କୈଳାଶ ଓ ତାଙ୍କ ସ୍ତ୍ରୀ ।

ସେହିପରି ଭାବେ ସ୍ଥାନୀୟ ଅଞ୍ଚଳରେ କେତେକ ସମାଜସେବୀ ଏହି ଖବର ପାଇବା ପରେ କୈଳାଶ ଓ ତାଙ୍କ ସ୍ତ୍ରୀ ପବିତ୍ରା ଙ୍କ ପାଖକୁ ଯାଇ ମେଡ଼ିସିନ ଖର୍ଚ୍ଚ କିଛି ଦେଇଛନ୍ତି । ହେଲେ ପବିତ୍ରାଙ୍କ ପାଇଁ ତାହା ସମୁଦ୍ର କୁ ଶଙ୍ଖେ ପରି । ପବିତ୍ରା ତାଙ୍କ ସ୍ୱାମୀଙ୍କୁ ଭଲ କରିବା ପାଇଁ ଭଦ୍ରକ ମେଡିକାଲକୁ ନେଇଥିଲେ ମଧ୍ୟ ଟଙ୍କା ଅଭାବରୁ ଉନ୍ନତ ମାନର ଚିକିତ୍ସା କରାଇ ପାରି ନ ଥିଲେ । ଶେଷରେ ତାଙ୍କ ସ୍ୱାମୀ ଙ୍କୁ ଏହି ଭଡା ଘରେ ରଖି ତାଙ୍କର ସମସ୍ତ ସେବା କରୁଥିଲେ ମଧ୍ୟ ଆବଶକୀୟ ଅର୍ଥ ଅଭାବରୁ ଔଷଧ କିଣି ପାରୁ ନାହାନ୍ତି । ତେଣୁ କୈଳାଶ ବିଛଣାରେ ପଡି ଯନ୍ତ୍ରଣା ଦଗ୍ଧ ଜୀବନ ବିତାଉଛନ୍ତି । ଏପରି ସ୍ଥଳେ ସ୍ଥାନୀୟ ବାସିନ୍ଦା ଓ ସାମାଜିକ କର୍ମୀ ମାନେ ସରକାରଙ୍କୁ ନିବେଦନ କରିଛନ୍ତି ଯଦି କିଛି ସାହାଯ୍ୟ ମିଳେ ତାହା ହେଲେ ଏହି ଗରିବ ପରିବାର ଚଳି ପାରିବେ ବୋଲି ନିବେଦନ କରିଛନ୍ତି । ଅନ୍ୟପଟେ ଏହି ଘଟଣା ସଂମ୍ପର୍କ ରେ ଜିଲ୍ଲାପାଳ ଙ୍କୁ ଅବଗତ କରାଇବା ପରେ ତୁରନ୍ତ ଏହି ଗରିବ ଦିନ ମଜୁରିଆ କୈଳାଶ ମଳିକଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ତେବେ ସରକାର ଓ ପ୍ରଶାସନ ପକ୍ଷରୁ ଗରିବ ଅସହାୟ କୈଳାଶ ମଳିକଙ୍କୁ ଉତ୍ତମ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *