ଟ୍ରକ୍କୁ ପଛରୁ ପିଟିଲା ଟ୍ରାଭେଲର !
ଅନୁଗୁଳ : ଟ୍ରକ୍କୁ ପଛରୁ ପିଟିଲା ଟ୍ରାଭେଲର । ଦୁର୍ଘଟଣାରେ ୧୨ ଯବାନ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ମୁଣ୍ଡାସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଛି। ପୋଲିସକୁ ନେଇ ଝାରସୁଗୁଡାରୁ ଭୁବନେଶ୍ୱର ଆଡକୁ ଯାଉଥିଲେ OSAP ସେକେଣ୍ଡ ବାଟାଲିଅନ ।
ଚନ୍ଦକା ପୋଲିସ ଟ୍ରେନିଂ କ୍ୟାମ୍ପକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଗାଡ଼ିରେ ମୋଟ୧୪ ଜଣ ଥିଲେ । ଦୁର୍ଘଟଣାରେ ଆହତ ହୋଇଥିବା ୧୨ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଥିମଧ୍ୟରୁ ୫ ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି ।

