odisha

ଏମିତି ବି ଆସିପାରେ ମୃତ୍ୟୁ ! , ବ୍ୟାଙ୍କ ରୁ ଟଙ୍କା ଉଠେଇବାକୁ ଆସିଥିଲେ..ଚାଲିଗଲା ଜୀବନ !!

Spread the love

କଣ୍ଟାବାଞ୍ଝି: ବ୍ୟାଙ୍କ ରୁ ଟଙ୍କା ଉଠାଇବାକୁ ଆସି ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ହଁ ଆଜ୍ଞା ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଆସିଥିଲେ । ହେଲେ କଣ ହେଲା କେଜାଣି ଟଳି ପଡ଼ିଲେ । ସତରେ ଏହି ଘଟଣା ଦେଖିବା ପରେ ଲାଗୁଛି ମୃତ୍ୟୁ କେମିତି,କେତେବେଳେ ଆସିବ କେହି କହି ପାରିବେ ନାହିଁ । ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଙ୍ଗୋମୁଣ୍ଡା ଥାନା ଖଇରା ଗାଁରୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ’ଙ୍କ ସହ ବଙ୍ଗୋମୁଣ୍ଡା ସ୍ଥିତ ଏସବିଆଇ ଶାଖା ବ୍ୟାଙ୍କକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଟଙ୍କା ଉଠାଇବାକୁ ଆସିଥିଲେ । ତେବେ ବ୍ୟାଙ୍କ ସମ୍ମୁଖରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ ବଙ୍ଗୋମୁଣ୍ଡା ବ୍ଲକର ଖଇରା ଗାଁର ଭୀମସେନ ରଣା । ତେବେ ହଠାତ ଟଙ୍କା ଉଠାଇ ନିଜ ବାଇକରେ ବସିବା ପୁର୍ବରୁ ହିଁ ତଳେ ଟଳି ପଡ଼ିଥିଲେ।

ତେବେ ନିଜ ସ୍ତ୍ରୀ ସହ ବ୍ୟାଙ୍କକୁ ଆସି ଟଙ୍କା ନେଇ ପୁଣି ଘରକୁ ଫେରି ଯାଇଥାନ୍ତେ । କିନ୍ତୁ ବିଧିର ବିଧାନ ଅଲଗା ଥିଲା ଅସୁସ୍ଥ ହୋଇ ଟଳି ପଡିଲେ ଭୀମସେନ । ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ବଙ୍ଗୋମୁଣ୍ଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବଙ୍ଗୋମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ଭୀମସେନ ପରିବାରରେ ସ୍ତ୍ରୀଙ୍କ ସହ ୩ଟି ଝିଅ ଥିବା ବେଳେ ବର୍ତ୍ତମାନ ତାଙ୍କ ବିୟୋଗ ପରେ ସମସ୍ତେ ବେସାହାରା ହୋଇପଡିଛନ୍ତି ।

Leave a Reply

Your email address will not be published. Required fields are marked *