ପାଣିପାଗ

ଆଜି ପୁଣି ଖୋଲିବ ହୀରାକୁଦ ଡ୍ୟାମ ଗେଟ !

Spread the love

ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲୁଛି ମହାନଦୀ ।  ଆଜି ପୁଣି ଖୋଲିବ ହୀରାକୁଦ ଡ୍ୟାମ ଗେଟ । ପ୍ରଥମ ପର୍ଯ୍ୟାୟରେ ୪ରୁ ଅଧିକ ଗେଟ ଖୋଲା ଯାଇପାରେ ।  ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୨୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ ଜଳ ପ୍ରବେଶ କରୁଛି ।  ଏଥିପାଇଁ ମହାନଦୀ ଭିତରକୁ ନ ଯିବାକୁ ସତର୍କ ସୂଚନା ଜାରିକରିଛନ୍ତି ବନ୍ଧ କର୍ତ୍ତୃପକ୍ଷ ।

ଅନ୍ୟପଟେ ଆସନ୍ତା ୨୫ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *