ପାଣିପାଗ

ଭଦ୍ରକରେ ଲଗାଣ ବର୍ଷା !

Spread the love

ଭଦ୍ରକ : ଭଦ୍ରକରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ।  ଜଳବନ୍ଦୀ ହୋଇ ରହିଛି ସାରା ସହର ।  ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ପାଣି ଚାଲୁଛି ।  ଫଳରେ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ଡ୍ରେନ ପାଣି ଉଛୁଳି ଘରେ ପଶିଛି ।

କେତେକ ସ୍ଥାନରେ ଲୋକମାନେ ପମ୍ପ ଲଗାଇ ଘରୁ ଜଳ ନିଷ୍କାସନ କରୁଛନ୍ତି ।  ବିଶେଷ କରି ଆରଡ଼ି ଛକ, ଟ୍ରେଜେରି ଅଫିସ ପଛପଟ, ଧରିତ୍ରୀନଗର ଓ ମହତାବ ନଗର ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଛି ।  ସେପଟେ ଶଙ୍ଖୁଆ ନଦୀରେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି ।  ନିଖୋଜ ଯୁବକ ରମେଶ ଦାସ ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *