ଆନ୍ତର୍ଜାତୀୟ

ଆଫଗାନିସ୍ତାନରେ ଆଉ ଏକ ଭୟଙ୍କର ଭୂମିକମ୍ପ !!

Spread the love

ଆଫଗାନିସ୍ତାନ : ଆଫଗାନିସ୍ତାନର ପୂର୍ବ ଭାଗରେ ପୁଣି ଥରେ ଭୂମିକମ୍ପ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ହିନ୍ଦୁକୁଶ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଭୂମିକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ ।  ଏହା ୪୮ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନରେ ଦ୍ୱିତୀୟ ବଡ଼ ଭୂମିକମ୍ପ ।

ମଙ୍ଗଳବାର ଦିନ ହିନ୍ଦୁକୁଶ ଅଞ୍ଚଳରେ ଘଟିଥିବା ଭୂମିକମ୍ପରେ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତି ହୋଇଛି କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ । ଭୂମିକମ୍ପ ଝଟକା ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି ।

ଏଥିସହ ଜାଣିରଖନ୍ତୁ ଯେ, ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ରବିବାର ବିଳମ୍ବିତ ରାତିରେ ହୋଇଥିବା ୬.୦ ତୀବ୍ରତାର ଭୂମିକମ୍ପ ନିକଟରେ ଥିଲା ଯାହା ପାକିସ୍ତାନ ସୀମା ନିକଟବର୍ତ୍ତୀ ପାର୍ବତ୍ୟ ପ୍ରଦେଶଗୁଡ଼ିକର ଦୁର୍ଗମ ଅଞ୍ଚଳକୁ ଧ୍ୱଂସ କରିଦେଇଥିଲା ।

ଆପଣଙ୍କୁ କହି ରଖୁଛୁ ଯେ ସେପ୍ଟେମ୍ବର ୧ ତାରିଖ ରାତି ୧୧:୪୭ ସମୟରେ ଆଫଗାନିସ୍ତାନର ନାଙ୍ଗରହାର ଏବଂ କୁନାର ପ୍ରଦେଶରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଜଲାଲାବାଦର ୨୭ କିଲୋମିଟର ପୂର୍ବ-ଉତ୍ତର-ପୂର୍ବରେ ୮-୧୦ କିଲୋମିଟର ଗଭୀରତାରେ ଥିଲା । ଏହି ଭୂମିକମ୍ପରେ ପ୍ରାୟ ୧୪୦୦ ଲୋକ ପ୍ରାଣ ହରାଇଥିଲେ । ,ତିସହ ୩୦୦୦ ରୁ ଅଧିକ ଲୋକ ଗୁରୁତର ଆହତ ମଧ୍ୟ ହୋଇଥିଲେ ।

Leave a Reply

Your email address will not be published. Required fields are marked *