ରାଶିଫଳ

ଜୁଲାଇ ୨୮ ତାରିଖ, ଶୁକ୍ରବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Spread the love

ମେଷ – ଅଷ୍ଟମ ଚନ୍ଦ୍ର ଯୋଗୁ ଆଜି ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ। ଅଣ୍ଠୁଗଣ୍ଠିରେ ସମସ୍ୟା ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବ। ଅଜଣା ବ୍ୟକ୍ତିଙ୍କ ଠାରୁ ଠକାମୀର ଶିକାର ହୋଇପାରନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ।

ବୃଷ – ସପ୍ତମ ଚନ୍ଦ୍ର କାର୍ଯ୍ୟ ସିଦ୍ଧି। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ନୂତନ ବନ୍ଧୁଙ୍କୁ ପାଇଁ ଖୁସି ଅନୁଭବ କରିବେ। ମାଲି ମକୋଦ୍ଦମରେ ଜୟଯୁକ୍ତ ହେବେ। ପିତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

ମିଥୁନ – ଆଜି ଆପଣଙ୍କ କର୍ମର ଫଳ ନିଶ୍ଚୟ ପ୍ରାପ୍ତ ହେବ। ଆତ୍ମତୃପ୍ତି ଲାଭ କରିବେ। ବ୍ୟବସାୟରେ ଅନ୍ୟ ଉପରେ ଭରସା କରନ୍ତୁ ନାହିଁ। ଆଜି ଆପଣ ନିଜର ପ୍ରଭାବ ବିସ୍ତାର କରିବେ। ଛାତ୍ରଛାତ୍ରୀମାନେ ଉନ୍ନତିର ଏକ ପାଦ ଆଗକୁ ବଢ଼ିବେ।

କର୍କଟ – ପରିବାର ସହିତ କିଛି ସମୟ ବିତାନ୍ତୁ ଭଲ ହେବ। ଅନ୍ୟ ଲୋକଙ୍କ ଅସୁବିଧାକୁ ନିଜ ଉପରକୁ ଟାଣି ନେବ। ମନରେ ବିଷାଦର ଭାବ ଦେଖା ଦେଇପାରେ। ପ୍ରେମିକ ପ୍ରେମିକାମାନେ ସଫଳତା ପାଇବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁତ୍ ପରିଶ୍ରମ ଲଘୁ କ୍ରିୟା।

ସିଂହ – ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ। ଅଯଥା କଳହ ଯୋଗ ରହିଛି। ପ୍ରେମ ସମ୍ପର୍କରେ ମନ ମାଳିନ୍ୟ ଦେଖା ଦେବ। ବ୍ୟବସାୟ ରେ କ୍ଷତି ହୋଇ ପାରେ। ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ। ବାକିଥିବା କାର୍ଯ୍ୟ ଆଜି ପୂରା କରି ଦିଅନ୍ତୁ। ଯାନବାହାନରେ ସତର୍କତା ଆବଶ୍ୟକ।

କନ୍ୟା – ଭ୍ରମଣର ଯୋଗ ରହିଛି। କୌଣସି ଉଚ୍ଚ ସ୍ଥାନରୁ ସମ୍ମାନ ପ୍ରାପ୍ତି ହୋଇପାରେ। ଲାଗି ରହିଥିବା ମାଲି ମକୋଦ୍ଦାମାର ଆଜି ଅନ୍ତ ଘଟିବ। ପରିବାରରେ ସୁଖ ଶାନ୍ତି ଲାଗି ରହିବ। ସରକାରୀ ଚାକିରୀରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

ତୁଳା – ଅର୍ଥ ବ୍ୟୟ ହେବ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚାନ୍ତ ହୋଇ ମାନସିକ ଚିନ୍ତାରେ ରହିବେ। କୌଣସି କାର୍ଯ୍ୟ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ିବ। ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ।

ବିଛା – ବିଛା ରାଶିକୁ ଆଜି ଶ୍ରୀ ଚନ୍ଦ୍ର। ଆଜି ଦିନଟି ଭଲ ଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି। ନୂତନ ବ୍ୟବସାୟ ଆରମ୍ଭ ଆଜି କଲେ ଶୁଭ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସହଯୋଗ ମିଳିବ।

ଧନୁ – ଦ୍ଵାଦଶ ଚନ୍ଦ୍ର ଯୋଗୁ ବ୍ୟୟ ବୃଦ୍ଧି ହେବ। ଅଳସ୍ୟତା ଗ୍ରାସ କରିବ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ। ବନ୍ଧୁ ମିଳନ ହୋଇପାରେ। ଅନାବଶ୍ୟକ କଳହରୁ ଦୂରେଇ ରୁହନ୍ତୁ।

ମକର – ଏକଦଶ ଚନ୍ଦ୍ର ଯୋଗୁ ଅଧିକ ଆୟର ଯୋଗ ରହିବ। ଗୃହରେ କିଛି ନୂତନ ଶୁଭ କାର୍ଯ୍ୟାରମ୍ଭ ହେବ। ସର୍ବ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ରାଜନୀତିରେ ପଦୋନ୍ନତିର ଯୋଗ ରହିଛି। ନୂଆ ଚାକିରି ଆଜି ଆପଣଙ୍କ ହାତ ପାଖରେ ପହଞ୍ଚିବ।

କୁମ୍ଭ – ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ। ବନ୍ଧୁଙ୍କ ଗମନ ଗୃହକୁ ହେବ। କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ। ଧନ ଆଗମନର ସୂଚନା ରହିଛି। ବ୍ୟବସାୟ ଆଗକୁ ବଢିବ। କର୍ମ କ୍ଷେତ୍ରରେ ସହଯୋଗ ଓ ଶିକ୍ଷା କ୍ଷେତ୍ରରେ ସଫଳତାର ଯୋଗ ରହିଛି।

ମୀନ – ନବମ ଚନ୍ଦ୍ର ରହିଥିବାରୁ ମନରେ ବିଷାଦ ସୃଷ୍ଟି ହୋଇପାରେ। ପରିବାରରେ ବାଦ ବିବାଦ ଲାଗି ରହିବ। ମନହାନି ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନରେ ଦୁଃଖ ଆସିବ। ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ। ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ଅଙ୍ଗରେ ଆଘାତ ଲାଗିବ।

 

Leave a Reply

Your email address will not be published. Required fields are marked *