ଖଜୁରୀ ଚା’ ପିଇବା ଦ୍ୱାରା କ’ଣ ଲାଭ ମିଳିଥାଏ ଆସନ୍ତୁ ଜାଣିବା..
ଭାରତରେ ଅଧିକାଂଶ ଲୋକଙ୍କ ସକାଳ ଚା’ ରୁ ହିଁ ଆରମ୍ଭ ହୋଇଥାଏ। ଚା’ ପିଇବା ଦ୍ୱାରା ଶରୀରକୁ ଏନର୍ଜି ମିଳିଥାଏ। ଏହା ବ୍ୟତିତ ଚା’ ର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି। ତେବେ ଚା’ ମଧ୍ୟ ଅନେକ ପ୍ରକାରର ଥାଏ ଯେପରି ବ୍ଲାକ୍ ଟି, ଗ୍ରୀନ ଟି, ରେଡ୍ ଟି। କିନ୍ତୁ ଖଜୁରୀ ଚା’ ସମ୍ପର୍କରେ ବହୁତ କମ ଲୋକ ଅବଗତ ଥିବେ। ହଁ ଆଜ୍ଞା ଖଜୁରୀ ଚା’ ଏହାର ସ୍ୱାଦ ବହୁତ ଭଲ ହୋଇଥିବା ବେଳେ ଏହି ଚା’ରୁ ଶରୀରକୁ ବହୁତ କିଛି ଲାଭ ମିଳିଥାଏ। ଖଜୁରୀ ଚା’ ପିଇବା ଦ୍ୱାରା କ’ଣ ଲାଭ ମିଳିଥାଏ ଆସନ୍ତୁ ଜାଣିବା..
ଆର୍ଟିଫିସିଆଲ ସ୍ୱୁଇଟନର
ଆର୍ଟିଫିସିଆଲ ସ୍ୱୁଇଟନର ଭାବେ ଖଜୁରୀକୁ ବ୍ୟବହାର କରିପାରିବେ। ଯେଉଁମାନେ ଚିନି ଖାଇବାକୁ ପସନ୍ଦ କରିନଥାନ୍ତି ତାଙ୍କ ପାଇଁ ଏହି ଖଜୁରୀ ଚା’ ଏକ ବଡ ବିକଳ୍ପ। ରିସର୍ଚ୍ଚ ଅନୁସାରେ ଆର୍ଟିଫିସିଆଲ ସ୍ୱୁଇଟନର ସ୍ୱାସ୍ଥ୍ୟ ପାଇଁ ହାନିକାରକ କିନ୍ତୁ ଯେଉଁମାନେ ମିଠାକୁ ପସନ୍ଦ କରିନଥାନ୍ତି ସେମାନେ ଖଜୁରୀ ଚା’ର ସ୍ୱାଦ ନେଇପାରିବେ।
ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରିବାରେ ପ୍ରଭାବଶାଳୀ ଖଜୁରୀ ଚା’
ଖଜୁରୀରେ ଭଲ ପରିମାଣର ମ୍ୟାଗ୍ନେସିୟମ୍ ଥାଏ। ଏମିତିବି ଖଜୁରୀ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ପ୍ରଭାବଶାଳୀ ହୋଇଥାଏ। ଏହାର ସେବନ ଦ୍ୱାରା ବ୍ୟକ୍ତି ଅନେକ ରୋଗରୁ ନିଜକୁ ରକ୍ଷା କରିପାରିଥାଏ। ଏଥିରେ ମ୍ୟାଗ୍ନେସିୟମ୍, କପର ଏବଂ ସେଲେନିୟମ୍ ମଧ୍ୟ ଭରପୂର ମାତ୍ରାରେ ରହିଥାଏ। ଯେଉଁଥିପାଇଁ ଏହାର ସେବନ ଦ୍ୱାରା ହାଡ ମଜଭୁତ ହୋଇଥାଏ।
ହଜମ ପାଇଁ ଖଜୁରୀ ଚା’ ଅତି ଉତ୍ତମ
ହଜମ ପାଇଁ ବେସ୍ ଭଲ ହୋଇଥାଏ ଖଜୁରୀ ଚା’। ଯାହର ହଜମରେ ସମସ୍ୟା ହେଉଥିବ ସେ ଏହି ଖଜୁରୀ ଚା’ ପିଅନ୍ତୁ ଏ ସମସ୍ୟା ରୁ ମୁକ୍ତି ପାଇବେ। ଫାଇବର ଯୁକ୍ତ ଖଜୁରୀ ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଭଲ ହୋଇପାରିବ । ତଥାପି, ଏ ବିଷୟରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ।
ଡିପ୍ରେଶନର କମ୍ କରିଥାଏ ଖଜୁରୀ ଚା’
ଖଜୁରୀ ଚା’ ସେବନ କରିବା ଦ୍ୱାରା ଡିପ୍ରେସନ ପରି ସମସ୍ୟା ଦୂର ହୋଇଥାଏ। ପ୍ରତ୍ୟେକ ଦିନ ଖଜୁରୀ ଚା’ ସେବନ କରିବା ଦ୍ୱାରା ନର୍ଭସ ସିଷ୍ଟମ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ।

