ଦେଶ ବିଦେଶ

ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩

Spread the love

ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର ଏବଂ ରୋଭରର ସଫ୍ଟ ଲାଣ୍ଡିଂକୁ ଉତ୍ସାହର ସହ ଅପେକ୍ଷା କରିଛି ପୂରା ଭାରତ । ଆଉ ଭାରତର ଚନ୍ଦ୍ର ମିଶନର ସଫଳତା ଉପରେ ରହିଛି ସମଗ୍ର ବିଶ୍ବର ନଜର । ଚନ୍ଦ୍ରର ମାଧ୍ୟାକର୍ଷଣ ବଳୟ ଭିତରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩ । ଆଉ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ପଠାଇ ଚାଲିଛି ଗୋଟିଏ ପରେ ଗୋଟିଏ ଭିଜୁଆଲ ବାର୍ତ୍ତା।

ଚନ୍ଦ୍ର ପୃଷ୍ଠର ଫଟୋ ଓ ଭିଡିଓ ଉତ୍ତୋଳନ ଜାରି ରଖିଛି ଚନ୍ଦ୍ରଯାନ । ଭାରତର ଚନ୍ଦ୍ରଯାନ ଧୀରେ ଧୀରେ ଜହ୍ନର ନିକଟତର ହେଉଥିବା ବେଳେ ବର୍ତ୍ତମାନ କକ୍ଷ ପଥର ଦୂରତ୍ବକୁ ୧୮ହଜାର କିଲୋମିଟରରୁ ୪ ହଜାର କିଲୋମିଟରକୁ ହ୍ରାସ କରାଯାଇଛି । ୬୧୫ କୋଟିର ଏହି ପ୍ରୋଜେକ୍ଟ ସଫଳ ହେଲେ ଚନ୍ଦ୍ରମାରେ ପାଦ ଥାପିବାରେ ଭାରତ ହୋଇଯିବ ବିଶ୍ବର ଚତୁର୍ଥ ଦେଶ ଏବଂ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ ଦେଶ । ଅଗଷ୍ଟ ୨୩ରେ ଏହା ଅବତରଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଅବତରଣ ପରେ ଚନ୍ଦ୍ରଯାନ-୨ର ଅର୍ବିଟର ସହ ଯୋଗାଯୋଗ କରିବ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର । ଏଥିରୁ ରୋଭର୍ ବାହାରି ଚନ୍ଦ୍ରପୃଷ୍ଠରେ ବୁଲି ଗବେଷଣା କରିବ । ସୌର ମଣ୍ଡଳ ବାହାରେ ଗ୍ରହ ଖୋଜିବା ସହ ଜହ୍ନରେ ଜଳର ସନ୍ଧାନ କରିବ ଚନ୍ଦ୍ରଯାନ-୩।

Leave a Reply

Your email address will not be published. Required fields are marked *