ମନୋରଞ୍ଜନ

ଇତିହାସ ରଚିଲା ଫିଲ୍ମ ଗଦର-୨

Spread the love

ବକ୍ସ ଅଫିସ୍‌ ରେ ହଇଚଇ ସୃଷ୍ଟି କରିଛି ଗଦର-୨ । ୫ ଦିନ ପରେ ମଧ୍ୟ ଗଦର ୨ର କ୍ରେଜ ଥମିବାର ନା ଧରୁନାହିଁ । ସ୍ୱାଧୀନତା ଦିବସରେ ପ୍ରଚୁର କଲେକ୍ସନ କରିଛି ଏହି ଫିଲ୍ମ। ଦର୍ଶକ ଏକ ପ୍ରକାର ପାଗଳ ଗଦର ୨ ଦେଖିବା ପାଇଁ । ପ୍ରେକ୍ଷାଳୟମାନଙ୍କରେ ଭିଡ ଜମେଇଛନ୍ତି ଲୋକେ।

ମାତ୍ର ୫ ଦିନ ମଧ୍ୟରେ ପାଖାପାଖି କଲେକ୍ସନ ୨୨୮ କୋଟି ହୋଇସାରିଛି। ସନି ଦେଓଲଙ୍କ ଏହି ଫିଲ୍ମ ବକ୍ସ ଅଫିସ୍‌ ରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି। ତେବେ ଏତେ କମ୍‌ ଦିନ ମଧ୍ୟରେ ଏତେ ମାତ୍ରାରେ କଲେକ୍ସନ ହେବ ଫିଲ୍ମର କ୍ରିଟିକ୍ସ ମଧ୍ୟ କଳ୍ପନା କରିପାରିନଥିବେ। କେବଳ ଅଗଷ୍ଟ ୧୫ ଦିନ ୫୫ କୋଟି ଟଙ୍କାର ଆୟ କରିଛି ଏହି ଫିଲ୍ମ।

Leave a Reply

Your email address will not be published. Required fields are marked *