କ୍ରୀଡା

ଇନ୍ଦୋର ଦିନିକିଆ ସହିତ ସିରିଜ ବିଜୟ କରିଛି ଟିମ୍ ଇଣ୍ଡିଆ

Spread the love

ଭାରତ ଟିମର ଯେତେ ପ୍ରଶଂସା କଲେ ସେତେ କମ ହେବ। ଭାରତୀୟ ଟିମର ଉଦୀୟମାନ ଯୁବା ବ୍ୟାଟର୍ସଙ୍କ ଆଜି ଧୂଆଁଧାର ରନ ବର୍ଷାରେ ଇଣ୍ଡିଆ ଟିମ ଧରାଶାୟୀ ହୋଇଛି। ବର୍ଷା ଆଜି ବାଧକ ସାଜିଥିଲା। ହେଲେ ବି ଭାରତୀୟ ଟିମର ବିଶାଳ ବିଜୟ କ୍ରିକେଟପ୍ରେମୀଙ୍କୁ ଆନନ୍ଦିତ କରିଛି। ଶୁଭମାନ ଗିଲ ଏବଂ ଶ୍ରେୟର ଆୟର ଧୂଆଁଧାର ଶତକ ଆଜି ଟିମକୁ ବିଜୟର ସ୍ବାଦ ଚଖାଇଛି। ତେବେ ସୂର୍ଯ୍ୟ କୁମାର ଯାଦବ ଏବଂ କେଏଲରାହୁଲ ମଧ୍ୟ ଭଲ ପାରି ଖେଳିଥିଲେ।

ଇନ୍ଦୋରରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତର ଦମ୍‌ଦାର ବିଜୟ ହୋଇଛି। ୯୯ ରନ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ DLS ମେଥଡ୍‌ ଲାଗୁ ହୋଇଥିଲା। ଅଷ୍ଟ୍ରେଲିଆ ଆଗରେ ୩୩ ଓଭରରେ ୩୧୭ ରନ୍‌ ଥିଲା। ୨୮.୨ ଓଭରରେ ଅଷ୍ଟ୍ରେଲିଆ ଆଉଟ୍‌ ହୋଇଯାଇଥିଲା। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଭାରତ କବ୍‌ଜା କରିଛି। ଶ୍ରେୟସ୍‌ ଆୟାର୍‌ ମ୍ୟାନ୍‌ ଅଫ୍‌ ଦି’ ମ୍ୟାଚ୍‌ ହୋଇଛନ୍ତି।

୪୦୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭ୍ରମଣକାରୀ ଅଷ୍ଟ୍ରେଲିଆ। ବ୍ୟାଟିଂ କରିବାକୁ ଆସିଥିଲେ ଓପ୍‌ନର ଏମ.ଶୋର୍ଟ ଓ ଡେଭିଡ୍‌ ୱାର୍ଣ୍ଣର୍। ହେଲେ ଅଷ୍ଟ୍ରେଲିଆର ଦୁଇ ଓପ୍‌ନର ବେଶୀ ସମୟ କ୍ରିଜ୍‌ରେ ରହିପାରିନଥିଲେ। ୯ ରନ୍‌ରେ ଦୁଇଟି ୱିକେଟ୍‌ ହରାଇଥିଲା ଅଷ୍ଟ୍ରେଲିଆ। ଏମ. ଶୋର୍ଟ ୯ ରନ୍‌ କରିଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ତାଙ୍କ ପଛେ ପଛେ ଖାତା ଖୋଲି ନପାରି ପାଭିଲନ୍‌ ଫେରିଥିଲେ କ୍ୟାପ୍‌ଟେନ୍‌ ଷ୍ଟିଭ୍‌ ସ୍ମିଥ୍‌।

Leave a Reply

Your email address will not be published. Required fields are marked *