ଶିକ୍ଷା

ଭକ୍ତକବି ମଧୂସୁଧନ ପ୍ରାଇମେରୀ ସ୍କୁଲର ୩୦ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

Spread the love

ଗୁରୁଙ୍କ ଠାରୁ ମିଳିଥିବା ଶିକ୍ଷା ମଣିଷକୁ ଜୀବନର ସର୍ବୋଚ୍ଚ ସେପାନରେ ପହଞ୍ଚାଇଥାଏ : ଡ଼ ବିପିନବିହାରୀ ମିଶ୍ର

ଭୁବନେଶ୍ୱର: ସ୍ଥାନୀୟ ଡୁମୁଡ଼ୁମା ସ୍ଥିତ ଭକ୍ତକବି ମଧୂସୁଧନ ପ୍ରାଇମେରୀ ସ୍କୁଲର ୩୦ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଅଛି | ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଓ ମୁମ୍ବାଇ ଓଡ଼ିଆ ସମାଜର ମୁଖ୍ୟ-ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଡ଼ ବିପିନବିହାରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ କି, ଆଜିର ସ୍କୁଲ ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ | ବାପା ମା ଙ୍କ କଥା ମାନି ଗୁରୁଙ୍କ ଆନୁଗତ୍ୟ ହୋଇ ଯେଉଁ ଶିକ୍ଷା ଲାଭ କରିଛ ତାକୁ କିଭଳି ସଠିକ କାମରେ ଲଗାଇ ଓଡ଼ିଶାର ଭାରତର ସାରା ବିଶ୍ୱରେ ନା କରିବ ସେଇ ଦିଗରେ ଆଗେଇ ଯିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ | ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସେବା ଫର ଅନୁଷ୍ଠାନର ଆବାହକ ଗୋକୁଳ ଚନ୍ଦ୍ର ମିଶ୍ର, ଗୁରୁପ୍ରସାଦ ମହାନ୍ତି, ୬୫ ନମ୍ବର ୱାର୍ଡର କର୍ପୋରେଟର ରଶ୍ମି ରଞ୍ଜନ ପାଟଶାଣୀ ଏବଂ ସମ ହସ୍ପିଟାଲର ବିଭାଗୀୟ ମୁଖ୍ୟ ଡକ୍ଟର ବିଶ୍ୱରଞ୍ଜନ ମିଶ୍ର ଯୋଗ ଦେଇଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନମିତା ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ମଧୂସୁଧନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | କୁନିକୁନି ପିଲାମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ଶେଷରେ ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |

Leave a Reply

Your email address will not be published. Required fields are marked *