ଆସନ୍ତା ଜୁନ ୧୩ ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ
ଆସନ୍ତା ଜୁନ ୧୩ ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ୨୦୨୦ କରୋନା କାଳରୁ ଖବରଦାତାଙ୍କ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଯାହା ପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଖବରଦାତାଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ଏହାକୁ ହଟାଯାଇଛି। ଜୁନ୍ ୧୨ରେ ରାଜ୍ୟରେ ବିଜେପି ସରକାର ଗଢ଼ିବ । ନୂଆ ସରକାର ଆସିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯିବ ।

