Politics

ବିଜେପିର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରଣପୁର ବିଧାୟିକା ସୁରମା ପାଢ଼ୀ

Spread the love

ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ହେବେ ବାଚସ୍ପତି। ବାଚସ୍ପତି ନିର୍ବାଚନ ପାଇଁ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି। ସୁରମା ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବିଜେପିର ବରିଷ୍ଠ ବିଧାୟକମାନେ ଉପସ୍ଥିତ ଥିଲେ।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ ମାନସ ମନ୍ଥନ କରାଯାଇଥିଲା। ବିଜେପି ବିଧାୟକ ଦଳ ବୈଠକରେ ସୁରମା ପାଢ଼ୀଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିଲା।

ଆସନ୍ତାକାଲି ବାଚସ୍ପତି ନିର୍ବାଚନ। ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ଆଉ କେହି ନାମାଙ୍କନ ଦାଖଲ ନକଲେ ସୁରମା ପାଢ଼ୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ବିଜେପି ପାଖରେ ବହୁମତ ଥିବାରୁ କୌଣସି ଅସୁବିଧା ହେବନି।

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ସୁରମା ପାଢ଼ୀ ବାଚସ୍ପତି ରେସରେ ଥିଲେ। ତାଙ୍କ ନାଁ ଆଗରେ ରହିଥିଲା। ଆଜି ଦଳ ତାଙ୍କୁ ବାଚସ୍ପତି ଭାବେ ମନୋନୀତ କରିଛି।

ରଣପୁର ବିଧାୟିକା ହେଉଛନ୍ତି ସୁରମା ପାଢ଼ୀ। ୨୦୦୪ରୁ ୨୦୦୯ ଯାଏ ସେ ବିଧାୟିକା ଥିଲେ। ବିଜେପି-ବିଜେଡି ମେଣ୍ଟ ସରକାରରେ ଥିଲେ ସମବାୟ ମନ୍ତ୍ରୀ।

Leave a Reply

Your email address will not be published. Required fields are marked *