ଅକ୍ଟୋବର ୩୧ରୁ ଆବଶ୍ୟକ ପଡ଼ିବନି ଭିସା |ଶସ୍ତାରେ ବୁଲିବେ ଶ୍ରୀଲଙ୍କା !

ଶ୍ରୀଲଙ୍କା ର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା ।ଭାରତର ପଡ଼ୋଶୀ ଦେଶ ବୋଲି କୁହାଯାଏ | ପ୍ରତ୍ୟେକ ଭାରତୀୟ ନିଶ୍ଚୟ ଥରେ ଏଠାକୁ ଆସିବା ଦରକାର । ଯଦି ଆପଣ
ବି ଶ୍ରୀଲଙ୍କା ଯିବାକୁ ପ୍ଲାନ୍ କରୁଛନ୍ତି, ତା’ ହେଲେ ରହିଛି ଏକ ବଡ଼ ଖୁସିର ଖବର ସେଠାକାର ସରକାରଙ୍କ ତରଫରୁ ଆପଣଙ୍କ ପାଇଁ ।ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର ।
ଏହାର ଅର୍ଥ, ଆପଣଙ୍କୁ ଶ୍ରୀଲଙ୍କା ଯିବା ପାଇଁ ଏବେ ଭିସାର କୌଣସି ଆବଶ୍ୟକ ପଡ଼ିବ ନାହିଁ । ଭାରତ ସହିତ ବ୍ରିଟେନ୍, ଆମେରିକା ଭଳି ୩୫ଟି ଦେଶ ପାଇଁ ଶ୍ରୀଲଙ୍କା ସରକାର ଭିସା ଫ୍ରି ଏଣ୍ଟ୍ରି ଘୋଷଣା କରିଛନ୍ତି । ଆସନ୍ତା ଅକ୍ଟୋବର ୩୧ରୁ ଏହା ଆରମ୍ଭ ହୋଇ ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ରହିବ ।ଆପଣଙ୍କୁ ଶ୍ରୀଲଙ୍କା ଯିବା ପାଇଁ ହେଲେ ବିମାନରେ ଅତି କମ୍ରେ ୧୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ଦେଶରେ ବୁଲିବା, ଖାଇବା ଏବଂ ରହିବା ବହୁତ ଶସ୍ତା ।
ମାତ୍ର ୩୦ ହଜାର ଟଙ୍କାରେ ଆପଣ ଆରାମରେ କଲମ୍ବୋ ସହର ବୁଲିପାରିବେ । ଯଦି ଶ୍ରୀଲଙ୍କା ଯିବାକୁ ଚାହୁଁଛନ୍ତି, ତା’ ହେଲେ ଆକର୍ଷଣୀୟ କ୍ୟାଣ୍ଡି ସହର ଏବଂ ‘ଟେମ୍ପଲ୍ ଅଫ୍ ଦି ଟୁଥ୍’ ବୁଲିବାକୁ ଯେପରି ନ ଭୁଲନ୍ତି । ଏହିପରି ସେଠାକାର ବେଣ୍ଟୋଟା ଏବଂ ମିରିସା ବିଚ୍ ମଧ୍ୟ ବହୁତ ଆକର୍ଷଣୀୟ ।ଏହା ବ୍ୟତୀତ ସିରିରିଆର ଆନ୍ସିଏଣ୍ଟ ରକ୍ କିଲ୍ଲା, ଉଡାଓ୍ଵାଲାଓ୍ଵି ଜାତୀୟ ପାର୍କ, ଲିଟିଲ୍ ଆଡମ୍ ପିକ୍ ଭ୍ୟୁ ପଏଣ୍ଟ ଭଳି ଜାଗା ପରିଦର୍ଶନ କରି ଆପଣ ଏଠାରେ ଭରପୂର ଆନନ୍ଦ ଉଠାଇ ପାରିବେ ।
