ଭୂକମ୍ପରେ ଦୋହଲିଲା ପାକିସ୍ତାନ
ଭୂକମ୍ପରେ ଦୋହଲିଲା ପାକିସ୍ତାନ । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁସାରେ ଦି ୧ଟା ସମୟରେ ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୮ ରହିଥିବା ସୂଚନା ମିଳୁଛି। ଭୂକମ୍ପର ଝଟକା ପାକିସ୍ତାନ ଠାରୁ ଆରମ୍ଭ କରି ଆଫଗାନିସ୍ତାନ ଏବଂ ଭାରତରେ ଅନୁଭୂତ ହୋଇଥିବା ଜଣ ପଡ଼ିଛି ।
ସୂଚନା ଅନୁଯାୟୀ ଭାରତର ଜୟପୁର, ଚଣ୍ଡୀଗଡ, ଦିଲ୍ଲୀ ଏବଂ ନୋଏଡା ସହିତ ଅନେକ ସହରରେ ହାଲକା ଭାବେ ଅନୁଭୂତ ହୋଇଛି । ଜମ୍ମୁକାଶ୍ମୀର, ହରିୟାଣା ଏବଂ ପଞ୍ଜାବରେ ମଧ୍ୟ ଏହାର ପ୍ରଭାବ ପଡିଥିବା ଜଣାପଡିଛି । ତେବେ ପାକିସ୍ତାନରେ ହୋଇଥିବା ଭୂକମ୍ପର ଗଭୀରତା ୩୩ କିଲୋମିଟର ରହିଥିଲା । ତେବେ ଏନେଇ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ । ଗତ କିଛି ଦିନ ପୂର୍ବରୁ ନୂଆଦିଲ୍ଲୀରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।

