ଦେଶ ବିଦେଶ

ହେଜବୁଲ୍ଲା ପେଜର୍‌ ବିସ୍ଫୋରଣ

Spread the love

ସମଗ୍ର ଇସ୍ରାଏଲରେ ହେଜବୁଲ୍ଲା ସଦସ୍ୟଙ୍କୁ ଟାର୍ଗେଟ୍‌ କରିବା ନିମନ୍ତେ ସେମାନେ ବ୍ୟବହାର କରୁଥିବା ପ୍ରତିଟି ପେଜର୍‌କୁ ବୋମାରେ ପରିଣତ କରିବା ପାଇଁ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ସଫଳ ହୋଇଛି।ପେଜର୍‌ ବିସ୍ଫୋରଣରେ ୩ ହଜାରରୁ ଅଧିକ ଆହତ ହୋଇଥିବା ବେଳେ ଏହା ଇସ୍‌ଲାମିକ ଚରମପନ୍ଥୀ ସଂଗଠନର ମୂଳଦୁଆକୁ ଦୋହଲାଇ ଦେଇଛି।ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋାସଦ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାକୁ ଟାର୍ଗେଟ୍‌ କରିବା ପାଇଁ ଅସମ୍ଭବକୁ ସମ୍ଭବ କରିଦେଖାଇଛି। ବିସ୍ଫୋରଣର କିଛି ମାସ ପୂର୍ବରୁ ଲେବାନନର ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଦ୍ୱାରା ଆମଦାନି କରାଯାଇଥିବା ପ୍ରାୟ ୫ ହଜାର ପେଜର୍ ଭିତରେ ମୋସାଦ ବିସ୍ଫୋରକ ରଖିବାରେ ସକ୍ଷମ ହୋଇଥିଲା।

ଇସ୍ରାଏଲର ଗୁଇନ୍ଦା ଅଧିକାରୀମାନେ ଦୁଇ ବର୍ଷ ତଳୁ ଏହି ଯୋଜନା କରିଥିଲେ ଏବଂ ପେଜର୍‌ଗୁଡ଼ିକରେ ବିସ୍ଫୋରକ ଚିପ୍‌ ଲଗାଇବାରେ ସେମାନେ ସଫଳ ହୋଇଥିବାରୁ ଯେ କୌଣସି ସମୟରେ ଏଥିରେ ବିସ୍ଫୋରଣ ପାଇଁ ସଠିକ୍‌ ସମୟକୁ ଅପେକ୍ଷା କରିଥିଲେ। ପେଜର୍‌ ତିଆରି କରିଥିବା ସଂସ୍ଥାରେ ହିଁ ବିସ୍ଫୋରକ ରଖିବା ଯୋଜନା କାର୍ଯ୍ୟକାରୀ କରାଯାଇଥିଲା।ହେଜବୁଲ୍ଲା ପେଜର୍‌କୁ ନେଇ ହଠାତ୍‌ ସନ୍ଦେହ କରିବା ଆରମ୍ଭ କରିବାରୁ ବିସ୍ଫୋରଣ ଯୋଜନାକୁ ତରବରିଆ ଭାବେ ଗତକାଲି କାର୍ଯ୍ୟକାରୀ କରାଯାଇଥିଲା

ପେଜର୍‌ ବ୍ୟାଟେରିକୁ ଗରମ କରିବା ପାଇଁ ଏକ ସ୍ବତନ୍ତ୍ର ମେସେଜ୍‌ ପଠାଯାଇଥିଲା ଏବଂ ପେଜର୍‌ ଏହାକୁ ଗ୍ରହଣ କରିବାର କିଛି ସେକେଣ୍ଡ୍‌ ମଧ୍ୟରେ ବିସ୍ଫୋରଣ ହୋଇଥିଲା। ଗତକାଲି ଏକକାଳୀନ ହଜାର ହଜାର ପେଜର୍‌ ବିସ୍ଫୋରଣ ହେବା ହେଜବୁଲ୍ଲାର ଏକ ଅଭୂତପୂର୍ବ ସୁରକ୍ଷା ଉଲ୍ଲଂଘନ ଥିଲା। ସଂଗଠନର ସମସ୍ତ ସକ୍ରିୟ ସଦସ୍ୟଙ୍କୁ ଟାର୍ଗେଟ୍‌ କରିବା ପାଇଁ ହୋଇଥିବା ଏହି ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଂଗଠନର ଯୋଦ୍ଧା ଏବଂ ବେରୁତରେ ଥିବା ଇରାନର ରାଷ୍ଟ୍ରଦୂତଙ୍କ ସମେତ ୩,୦୦୦ରୁ ଅଧିକ ଆହତ ହେବା ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଛି।

ହେଜବୁଲ୍ଲାକୁ ଏବେ ମୂଳପୋଛ କରିବାକୁ ଇସ୍ରାଏଲ ଲକ୍ଷ୍ୟ ରଖିଛି। ଲେବାନନ୍‌ ସୁରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପେଜରଗୁଡ଼ିକ ତାଇୱାନର ଗୋଲ୍ଡ ଆପୋଲୋର, କିନ୍ତୁ କମ୍ପାନି ଏକ ବିବୃତିରେ କହିଛି ଯେ ସେମାନେ ଏହି ଡିଭାଇସ୍ ନିର୍ମାଣ କରିନାହାନ୍ତି। ଏହାକୁ ବିଏସି ନାମକ ଏକ କମ୍ପାନି ତିଆରି କରିଛି, ଯାହାର ବ୍ରାଣ୍ଡ ବ୍ୟବହାର କରିବା ପାଇଁ ଲାଇସେନ୍ସ ରହିଛି।

Leave a Reply

Your email address will not be published. Required fields are marked *