ଆନ୍ତର୍ଜାତୀୟ

ଭାରତ-ଚୀନ ମଧ୍ୟରେ ଟାଇଟଲ୍ ଫାଇଟ୍ , ଚେସ୍‌ ଅଲିମ୍ପିଆଡ୍‌

Spread the love

ଚଳିତ ଚେସ୍‌ ଅଲିମ୍ପିଆଡ୍‌ର ଓପନ ଓ ମହିଳା ବର୍ଗରେ ଷଷ୍ଠ ରାଉଣ୍ଡ୍‌ ଖେଳ ଶେଷ ହୋଇଛି । ଓପନ ବର୍ଗରେ ବହୁ ପ୍ରତୀକ୍ଷିତ ଭାରତ-ଚୀନ ମୁକାବିଲା ମୁଖ୍ୟ ଆକର୍ଷଣ ରହିବ ।ଉଭୟ ବର୍ଗରେ ଭାରତୀୟ ପୁରୁଷ ଓ ମହିଳା ଦଳ ପଏଣ୍ଟ ତାଲିକାରେ ମୋଟ ୧୨ ପଏଣ୍ଟ ଲେଖାଏଁ ପାଇ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ବୁଧବାର ସପ୍ତମ ରାଉଣ୍ଡ ଖେଳାଯିବ ।

ଆଗାମୀ ବିଶ୍ୱ ଚାମ୍ପିଅନସିପ୍‌ ମୁକାବିଲା ପୂର୍ବରୁ ଭାରତର ଡି.ଗୁକେଶ ଓ ଚୀନର ଡିଙ୍ଗ୍‌ ଲିରେନ ଆସନ୍ତାକାଲି ସାମ୍ନାସାମ୍ନି ହେବା ସମ୍ଭାବନା ରହିଛି । ଆଗାମୀ ନଭେମ୍ବର ମାସ ଉଭୟଙ୍କ ମଧ୍ୟରେ ବିଶ୍ୱ ଚାମ୍ପିଅନସିପ୍‌ ମ୍ୟାଚ୍‌ ଖେଳାଯିବ । ଏହା ପୂର୍ବରୁ ଆସନ୍ତାକାଲିର ମ୍ୟାଚ୍‌ ଜରିଆରେ ଉଭୟ ପରସ୍ପରର ଦକ୍ଷତା ମାପିବେ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦେଶର ପ୍ରଶଂସକ ବେଶ୍‌ ଉତ୍ସାହିତ ରହିଛନ୍ତି ।

ଓପନ ବର୍ଗରେ ଭାରତୀୟ ପୁରୁଷ ଦଳ ଅପରାଜେୟ ସାବ୍ୟସ୍ତ ହୋଇଛି । ଦଳ ଯଥାକ୍ରମେ ମରକ୍କୋ, ଆଇସ୍‌ଲାଣ୍ଡ୍‌, ହଙ୍ଗେରୀ-ବି’, ସର୍ବିୟା, ଆଜରବାଇଜନ ଏବଂ ହଙ୍ଗେରୀକୁ ପରାସ୍ତ କରିଥିଲା । ଷ୍ଟାର୍‌ ଖେଳାଳି ଅର୍ଜୁନ ଏରିଗାଇସି ସମସ୍ତ ୬ଟି ଯାକ ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି । ଚୀନ ୧୧ପଏଣ୍ଟ ସହ ମିଳିତ ଦ୍ୱିତୀୟ ସ୍ଥାନରେ ରହିଛି । ଦଳ ଷଷ୍ଠ ରାଉଣ୍ଡରେ ଭିଏତନାମ ସହ ମ୍ୟାଚ୍‌ ଡ୍ର’ ରଖିଥିଲା । ଲିରେନ ଭିଏତନାମର ଲି କ୍ୱାଙ୍ଗ୍‌ ଲିମ୍‌ଙ୍କ ନିକଟରୁ ପରାଜିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *