ଆନ୍ତର୍ଜାତୀୟ

ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି , ଫାଟିଲା ଶତାଧିକ ପେଜର

Spread the love

ପେଜର ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ। ମେସେଜ୍ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ରେଡିଓ ସିଗନାଲ୍ ଦ୍ୱାରା ଏହା ମେସେଜ୍ ରିସିଭ୍ କରିଥାଏ। ମୋବାଇଲ୍ ନଥିବା ବେଳେ ଏହାର ବହୁଳ ବ୍ୟବହାର ହେଉଥିଲା। ୧୯୯୦ ଦଶକରେ ବେଶ୍ ଲୋକପ୍ରିୟ ଥିଲା ପେଜର। ସେହି ସମୟରେ ଏହାକୁ ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ବ୍ୟବହାର କରୁଥିବା ଜଣାପଡିଛି ।

ଲେବାନନରେ ସିରିଏଲ୍ ବ୍ଲାଷ୍ଟ। ପେଜର୍‌ ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪ ହଜାରରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ସେହିପରି ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସୂଚନା ମିଳିଛି । ଗତକାଲି ଶହ ଶହ ଲୋକଙ୍କ ପକେଟରେ ଥିବା ପେଜରରେ ଏକାସଙ୍ଗେ ହଠାତ୍ ବିସ୍ଫୋରଣ ହୋଇଥିଲା । ଯାହାକୁ ନେଇ ହିଦବୁଲ୍ଲା ଇସ୍ରାଏଲକୁ ଦାୟୀ କରିଛି। କୁହାଯାଉଛି ଯେ, ପେଜରକୁ ହ୍ୟାକ୍ କରାଯାଇ ଏହି ବିସ୍ଫୋରଣ କରାଯାଇଛି। ସେପଟେ ଏହି ଘଟଣାକୁ ନେଇ ଇସ୍ରାଏଲ କୌଣସି ପ୍ରତିକ୍ରିୟା ଦେଇନି । ତେବେ ଇସ୍ରାଏଲ ପକ୍ଷରୁ ପେଜରକୁ ହ୍ୟାକ୍ କରି ବିସ୍ଫୋରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଲେବାନନରେ ଜାରି ହୋଇଛି ହାଇଆଲର୍ଟ।

ଲୋକଙ୍କୁ ପେଜର ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଲେବନାନର ସ୍ୱାସ୍ଥ୍ୟମନ୍ତ୍ରୀ ଫରାସ ଅବୈଦ କହିଛନ୍ତି ଯେ, ୪ ହଜାରରୁ ଅଧିକ ଲୋକ ବିସ୍ଫୋରଣରେ ଆହତ ହୋଇଛନ୍ତି । ସେଥିମଧ୍ୟରୁ ଏକାଧିକ ଅଧିକ ଲୋକ ଗମ୍ଭୀର ସ୍ଥିତିରେ ରହିଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି । ରିପୋର୍ଟ ଅନୁସାରେ, ସମସ୍ତ ଆହତଙ୍କୁ ଲେବନାନର ରାଜଧାନୀ ବେରୁତ ଏବଂ ଏହାର ଦକ୍ଷିଣଉପନଗରରେ ଅବସ୍ଥିତ ଦହିହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ବିସ୍ଫୋରଣରେ ହିଜବୁଲ୍ଲାହର ଜଣେ ପ୍ରମୁଖ ସଦସ୍ୟ ଆହତଙ୍କ ତାଲିକାରେ ସାମିଲ ଥିବା ସୂଚନା ଦେଇଛି ଇସ୍ରାଏଲ ।

 

Leave a Reply

Your email address will not be published. Required fields are marked *