ଆଞ୍ଚଳିକ

ପାର୍ବଣ ଋତୁରେ ଖାଉଟିଙ୍କ ମୁଣ୍ଡରେ ଚଡ଼କ ,ଟମାଟୋ କେଜି ୧୨୦ ଟଙ୍କା

Spread the love

ଭୁବନେଶ୍ୱର ବଜାରରେ ଟମାଟୋ କିଲୋ ୧୦୦ ଟଙ୍କା ଛୁଇଁଛି । ଏପରିକି ଖୁଚୁରା ଦୋକାନରେ ଟମାଟୋ କେଜି ୧୨୦ ଟଙ୍କାରେ ବିକ୍ରି ହେଉଥିଲା । ଟମାଟୋ ଦର ଶୁଣି ଖାଉଟିଙ୍କ  ମୁଣ୍ଡରେ ଚଡ଼କ ପଡ଼ିଛି । କେବଳ ଭୁବନେଶ୍ୱର  ନୁହେଁ କଟକ ଛତ୍ରବଜାରରେ ମଧ୍ୟ ସମାନ  ସ୍ଥିତି । ଶନିବାର ରାତିରୁ ଦର ବଢ଼ିଥିବା  ବ୍ୟବସାୟୀମାନେ କହିଛନ୍ତି । ଟ୍ୱିନସିଟିକୁ  ବାଦ୍‌ ଦେଇ ଗ୍ରାମାଞ୍ଚଳରେ ବି ଟମାଟୋ ଦର  ୯୦ ଟଙ୍କାରେ ବିକ୍ରି ଚାଲିଛି । ଅନ୍ୟ ପରିବା ଦର ମଧ୍ୟ ୮୦ରୁ ୯୦ ଟଙ୍କା ରହିଛି । ସ୍ଥାନୀୟ  ଅଞ୍ଚଳରେ ପରିବା ନ ଥିବାରୁ ବାହାର ପରିବା  ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏଭଳି  ସ୍ଥିତି ହୋଇଥିବା ବ୍ୟବସାୟୀ ସଂଘ କହିଛନ୍ତି ।  ଟମାଟୋକୁ ବାଦ୍‌ ଦେଲେ କୁନ୍ଦୁରୀ କିଲୋ ୬୦,  କଲରା ୮୦, ବାଇଗଣ ୬୦ରୁ ୮୦, ପୋଟଳ  ୮୦, ଭେଣ୍ଡି ୮୦, ବିନ୍‌ ୮୦ରୁ ୧୦୦, ଝୁଡ଼ଙ୍ଗ  ୬୦, କଖାରୁ ୪୦, ଜହ୍ନି ୭୦, କାଙ୍କଡ଼ ୧୨୦  ଟଙ୍କା ରହିଛି ।

ହଠାତ୍‌ ଦର ଶହେ ଛୁଇଁବାକୁ ସାଧାରଣ  ଗ୍ରାହକ ସହଜରେ ହଜମ କରିପାରୁନହାନ୍ତି ।  ଭୁବନେଶ୍ୱରକୁ ରାଜ୍ୟର କୌଣସି ସ୍ଥାନରୁ  ପରିବା ଆସୁନି । ବେଙ୍ଗାଲୁରୁରୁ ବନ୍ଧାକୋବି,  ଫୁଲକୋବି, ବିନ୍‌, ଟମାଟୋ ଆସୁଛି ।  ତାମିଲନାଡ଼ୁରୁ ସଜନା ଛୁଇଁ, କଖାରୁ, ଲଙ୍କା,  ଗୁଆଁର ଆସୁଥିବା ବେଳେ ଆନ୍ଧ୍ରରୁ ଅମୃତଭଣ୍ଡା,  ମାଟି ଆଳୁ, ଇନ୍ଦୋରରୁ ଗାଜର, ପଶ୍ଚିମବଙ୍ଗରୁ  ବାଇଗଣ,  ପୋଟଳ, ଭଣ୍ଡା, କୁନ୍ଦୁରି,  ଜହ୍ନି, ସାରୁ ଆସୁଛି ।  ସାଧାରଣତଃ ପାର୍ବଣ ଋତୁରେ ପରିବାର  ଚାହିଦା ଥିବାରୁ ଦର ସାମାନ୍ୟ ଉଚ୍ଚା ରହୁଛି ।

Leave a Reply

Your email address will not be published. Required fields are marked *